ବରିଷ୍ଠ ନାଗରିକଙ୍କ ପାଇଁ ଲାଗୁ ହେଲା ପାର୍କ ଟାଇମ୍

Odisha Hot News
1 Min Read

ଭୁବନେଶ୍ବର: କରୋନା ପାଇଁ ରାଜ୍ୟରେ ଗତ ମାର୍ଚ୍ଚ ୨୨ ତାରିଖରୁ ଲକଡାଉନ ଚାଲିଥିଲା। ଏପରି ସ୍ଥଳେ ବିଭିନ୍ନ ସାର୍ବଜନୀନ ଜାଗାକୁ ବନ୍ଦ ରଖିଥିଲେ ସରକାର। କିନ୍ତୁ ଗତ ୨୪ ତାରିଖରେ ସର୍ବସାଧାରଣଙ୍କ ପାଇଁ ଖୋଲି ଥିଲା ପାର୍କ । ରାଜଧାନୀର କିଛି ପାର୍କ ପରୀକ୍ଷାମୂଳକ ଭାବେ ବିଏମସି ପକ୍ଷରୁ ଖୋଲାଯାଇଥିଲା। ଭୁବନେଶ୍ବରର ଫରେଷ୍ଟ ପାର୍କ, ଆଇଜି ପାର୍କ ଏବଂ ବୁଦ୍ଧ ପାର୍କ ସକାଳ ୭ଟାରୁ ୧୦ଟା ଏବଂ ଅପହାହ୍ନ ୪ଟାରୁ ୬ଟା ଯାଏଁ ଖୋଲାରହିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। କିନ୍ତୁ ଏହି ସମୟରେ ଏବେ ବିଏମସି ପକ୍ଷରୁ ପରିବର୍ତ୍ତନ କରାଯାଇଛି। ଦେଶରେ ଅନଲକ ୧.୦ ଲାଗୁ ହେବା ପରେ ପାର୍କ ସମୟକୁ ଏବେ ସକାଳ ୫ଟାରୁ ୧୦ଟା ଏବଂ ସନ୍ଧ୍ୟାରେ ୪ଟାରୁ ୬ଟା ପାର୍କ ଖୋଲାଯାଇଛି।

କରୋନା ଯୋଗୁଁ ୬୦ ବର୍ଷ ତଥା ତା’ ଠାରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ବାହାରକୁ ବାହାରିବା ଏବଂ ତାଙ୍କର ଯତ୍ନ ନେବା ପାଇଁ କୁହାଯାଇଛି। ଖାସ୍‌ ଏହି କାରଣରୁ ସେମାନଙ୍କ ପାଇଁ ପାର୍କରେ ସକାଳ ୫ଟାରୁ ସକାଳ ୭ଟା ସମୟ ନିର୍ଦ୍ଧାରିତ କରାଯାଇଛି। ସେମାନେ ଏହି ସମୟରେ ପାର୍କରେ ଚାଲବୁଲା କରିପାରିବେ। ଏହି ସମୟରେ ବରିଷ୍ଠ ନାଗରିକଙ୍କ ବ୍ୟତୀତ ଅନ୍ୟ କେହି ପାର୍କକୁ ଯାଇପାରିବେ ନାହିଁ। ଏହାଛଡା ବରିଷ୍ଠ ନାଗରିକ ଅଲଗା ସମୟରେ ପାର୍କକୁ ଯାଇପାରିବେ ନାହିଁ। ଅନ୍ୟ ସମୟ ଆଜିକାଲିର ଯୁବପିଢିଙ୍କ ପାଇଁ ପାର୍କ ଖୋଲାରହିବ। କିନ୍ତୁ ସଟଡାଉନ( ଶନିବାର ଓ ରବିବାର) ଦିନ ପାର୍କ ବନ୍ଦ ରହିବ।

ତେବେ ପାର୍କକୁ ଯିବା ପାଇଁ କିଛି କଟକଣା ଜାରି କରାଯାଇଛି । ସାମାଜିକ ଦୂରତ୍ବ, ମାସ୍କ ପିନ୍ଧିବାକୁ ବାଧ୍ଯତାମୂଳକ କରାଯାଇଛି । ଏହାସହିତ ପାର୍କରେ ଛେପ ପକାଇବା ଏବଂ ବ୍ୟାୟାମ ଉପକରଣ ବ୍ୟବହାରକୁ ବାରଣ କରାଯାଇଥିବା ନେଇ ବଡିଏ ପକ୍ଷରୁ ସୂଚନା ଦିଆଯାଇଛି ।

Share This Article