ବରଗଡ଼: ପ୍ରଥମ ଥର ପାଇଁ ବରଗଡ଼ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏହାଫଳରେ ବରଗଡ଼କୁ କରୋନା ଛୁଇଁଛି। କରୋନା ଆକ୍ରାନ୍ତଜଣକ ବରଗଡ଼ ସହରର ବୋଲି ଜଣାଯାଇଛି। ସେ ମୁମ୍ବାଇ ଫେରନ୍ତା ବୋଲି ବି ସୂଚନା ମିଳିଛି। ଏନେଇ ଗତକାଲି ବରଗଡ଼ ଜିଲ୍ଲାପାଳ ଗତକାଲି ସୂଚନା ଦେଇଥିଲେ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବି ସୂଚିତ କରାଯାଇଛି।
ବରଗଡ଼ ସହରର ଓ୍ବାର୍ଡ-୧୪ର ସୁଭାଷ ନଗର ଅଞ୍ଚଳର ବାସିନ୍ଦା ବୋଲି ଜଣାଯିବା ପରେ ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।
Comment