ଏକେସିଜିରେ ଥାଲାସେମିଆ ରୋଗୀଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର ୱାର୍ଡ଼

Odisha Hot News
1 Min Read

ବ୍ରହ୍ମପୁର: ଥାଲାସେମିଆ ରୋଗୀଙ୍କ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ସୋମବାର ଏକ ସ୍ବତନ୍ତ୍ର ୱାର୍ଡ଼ ଖୋଲାଯାଇଛି। ଆଶୁ ଚିକିତ୍ସା ବିଭାଗର ଉପର ମହଲରେ ୧୦ ଶଯ୍ୟା ବିଶିଷ୍ଟ ଏହି ୱାର୍ଡ଼ କାର୍ଯ୍ୟକ୍ଷମ ହୋଇଛି। ସକାଳ ୧୦ ଟାରୁ ରାତ୍ର ୮ ଟା ପର୍ଯ୍ୟନ୍ତ ଥାଲାସେମିଆ ଆକ୍ରାନ୍ତ ରୋଗୀଙ୍କୁ ଏଠାରେ ରକ୍ତ ଦିଆଯିବ। ରୋଗୀଙ୍କ ସୁବିଧା ନିମନ୍ତେ ସଂପୂର୍ଣ୍ଣ ପ୍ରକୋଷ୍ଠକୁ ଶୀତତାପ ନିୟନ୍ତ୍ରିତ କରାଯାଇଛି। ଆବଶ୍ୟକ ସ୍ଥଳେ ରୋଗୀଙ୍କୁ ଚିକିତ୍ସା ଯୋଗାଇବାକୁ କାଜୁଆଲଟି ମେଡିକାଲ ଅଫିସରଙ୍କୁ ଦାୟିତ୍ଵ ମିଳିଥିବା ବେଳେ ରୋଗୀଙ୍କୁ ଠିକ୍ ସମୟରେ ରକ୍ତ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି।

ବିଭିନ୍ନ ଜିଲ୍ଲାର ପ୍ରାୟ ୫୦୦ରୁ ଅଧିକ ଥାଲାସେମିଆ ଆକ୍ରାନ୍ତ ରୋଗୀ ଏମ୍‌କେସିଜି ମେଡିକାଲ ରକ୍ତଭଣ୍ଡାର ଉପରେ ନିର୍ଭର କରୁଛନ୍ତି। ଏମ୍‌କେସିଜି ମେଡିକାଲ କଲେଜ ଅଧୀକ୍ଷକ ପ୍ରଫେସର ଡା.ସୁଚିତ୍ରା ଦାଶ ରୋଗୀଙ୍କୁ ସମସ୍ତ ସୁବିଧା ସୁଯୋଗ ସହ ଉନ୍ନତମାନର ସ୍ଵାସ୍ଥ୍ୟସେବା ପ୍ରଦାନ ପାଇଁ ସର୍ବଦା ଗୁରୁତ୍ବ ଦିଆଯାଇଛି।

Share This Article