ଭୁବନେଶ୍ଵର: ଶ୍ରୀନଅର ସମ୍ମୁଖ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଆଜି ନିର୍ମାଣ କାର୍ଯ୍ୟରେ ୪୨ ଗୋଟି ତୁମ୍ବ ଗୋଲେଇ କାମ ସରିଥିବାବେଳେ ରଥ ଖଳାରେ ତୁମ୍ବରେ ସୁତା ବାଡିଆ କାର୍ଯ୍ୟ ଆରମ୍ଭ ହୋଇଛି। ସୁତା ବାଡିଆ କାର୍ଯ୍ୟ ଶେଷ ହେବାପରେ ବିନ୍ଧ ଖୋଦେଇ କାମ କରାଯିବ। ପହି ମହାରଣା ଓ ସୂତାର ମହାରଣାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସୂତାବାଡ଼ିଆ ପରେ ତୁମ୍ବର ବଳକା ଅଂଶର ଠେକ ତୁଲିଆ ଦିଆ କାର୍ଯ୍ୟ କରାଯିବ। ସେପଟେ ଦୋଳବେଦୀ କୋଣ ଠାରେ ଅସ୍ଥାୟୀ କମାର ଶାଳରେ ଅର କଣ୍ଟା ଓ ପନ୍ଦାରି ନିର୍ମାଣ କରୁଛନ୍ତି ଓଝା ସେବକମାନେ। ଦୋଳ ବେଦି କୋଣରେ ତିନୋଟି ଅସ୍ଥାୟୀ ଶାଳରେ ଓଝା ସେବକମାନେ ଅର କଣ୍ଟା ଓ ପନ୍ଦାରି ନିର୍ମାଣ କରୁଛନ୍ତି।
ଲୁହା ରଡ଼ କାଟି ଶାଳରେ ପକାଇ ଅର କଣ୍ଟା ନିର୍ମାଣ କରାଯାଉଛି। ଚକରେ ୧୬ ଟି ଅର ବା ସ୍ପୋକ ଲାଗିବା ସହ ଗୋଟିଏ ଚକ ପାଇଁ ୩୨ ଟି ଅରକଣ୍ଟା ଆବଶ୍ୟକତା ରହିଅଛି।ତିନି ରଥର ୪୨ ଗୋଟି ଚକ ପାଇଁ ମୋଟ ୧୩୪୪ ଗୋଟି ଅର କଣ୍ଟା ପ୍ରସ୍ତୁତ କରାଯାଉଅଛି। ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।
Comment