ଭୁବନେଶ୍ୱର, : ରାଜ୍ୟରେ ଶୁକ୍ରବାର ଚିହ୍ନଟ ନୂଆ ୪୮ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଆଜି ଚିହ୍ନଟ ହୋଇଥିବା ୪୮ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲାର ୧୨, ବାଲେଶ୍ୱରର ୧୨, ନୟାଗଡ଼ ୩, ଯାଜପୁର ୨, ପୁରୀ ୧୦, ଭଦ୍ରକ ୬, ଦେବଗଡ଼, ସୁନ୍ଦରଗଡ଼ ଓ କଟକରୁ ଜଣେ ଲେଖାଏ ରହିଛନ୍ତି।
Total Positive Cases till 9 am today: 672
Active Cases: 511
New Cases: 61
13 positives from Kendrapara
(All in quarantine centres, Surat returnees)
12 cases in Ganjam
(All in quarantine centres, Surat returnees)
2 cases in Jajpur
(All in quarantine centres, Surat returnees)
— I & PR Department, Odisha (@IPR_Odisha) May 15, 2020
ତେବେ ଗଞ୍ଜାମର ୧୨ ଆକ୍ରାନ୍ତ ସୁରଟ ଫେରନ୍ତା ହୋଇଥିବା ବେଳେ ସମସ୍ତେ କ୍ୱାରାଣ୍ଟାଇନ୍ରେ ଥିଲେ। ସେହିପରି ବାଲେଶ୍ୱରର ୧୨ ଆକ୍ରାନ୍ତଙ୍କ ମଧ୍ୟରୁ ୭ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ୨ ସୁରଟ, ୧ ମହାରାଷ୍ଟ୍ର ଓ ୧ ଦିଲ୍ଲୀ ଫେରନ୍ତା। ବାଲେଶ୍ୱରର ଅନ୍ୟ ଜଣେ ଆକ୍ରାନ୍ତ ହୋମ୍ କ୍ୱାରାଣ୍ଟାଇନରେ ଥିଲେ। ନୟାଗଡ଼ର ୩ ଆକ୍ରାନ୍ତ ସୁରଟ ଫେରନ୍ତା ହୋଇଥିବା ବେଳେ ସମସ୍ତେ କ୍ୱାରାଣ୍ଟାଇନରେ ଥିଲେ। ଯାଜପୁରର ୨ ଆକ୍ରାନ୍ତ ମଧ୍ୟ ସୁରଟ ଫେରନ୍ତା ହୋଇଥିବା ବେଳେ ଉଭୟ କ୍ୱାରାଣ୍ଟାଇନରେ ରହିଥିଲେ। ସେହିପରି ପୁରୀ ଜିଲାର ୧୦ ଆକ୍ରାନ୍ତ ସୁରଟ ଫେରନ୍ତା। ସେମାନେ ସମସ୍ତେ କ୍ୱାରାଣ୍ଟାଇନାରେ ଥିଲେ। ଭଦ୍ରକର ୬ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ହୋଇତିବା ବେଳେ ସମସ୍ତେ କ୍ୱାରାଣ୍ଟାଇନରେ ରହିଥିଲେ। ଦେବଗଡ଼ ଓ ସୁନ୍ଦରଗଡ଼ ଜିଲାର ଚିହ୍ନଟ ଜଣେ ଲେଖାଏ ଆକ୍ରାନ୍ତ ଅହମ୍ମଦାବାଦ ଫେରନ୍ତା ହୋଇଥିବା ବେଳେ ସେମାନେ କ୍ୱାରାଣ୍ଟାଇନରେ ଥିଲେ। ସେହିପରି କଟକ ଜିଲାର ଆକ୍ରାନ୍ତ ଜଣଙ୍କ ଅହମ୍ମଦାବାଦ ଫେରନ୍ତା ହୋଇଥିବା ବେଳେ ସେ କ୍ୱାରାଣ୍ଟାଇନରେ ଥିଲେ।
ବାଲେଶ୍ବର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୨ ଜଣଙ୍କ ମଧ୍ୟରୁ ୭ ଜଣ ପଶ୍ଚିମବଙ୍ଗ, ୨ ଜଣ ସୁରଟ, ଜଣେ ମହାରାଷ୍ଟ୍ରରୁ ଫେରିଥିବା ବେଳେ ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଜଣେ ଦିଲ୍ଲୀରୁ ଫେରିଥିବା ବେଳେ ଜଣେ ହୋମ୍ କ୍ବାରେଣ୍ଟାଇନ୍ ରହିଥିଲେ ।ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ମିଳିଛି।
Comment