ମହିଳା ବିଚାରପତିଙ୍କ ଘରେ ଚୋରି, ପୋଲିସକୁ ଖୋଲା ଚ୍ୟାଲେଞ୍ଜ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ବିଚାରବିଭାଗୀୟ ଅଧିକାରୀ କଲୋନୀରେ ଗତ ଗୁୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ନଂ ୨୨୬/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ପୋଲିସ କୁକୁର ସହାୟତା ଓ ବିଚାରପତିଙ୍କ ସରକାରୀ ଘରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜକୁ ଆଧାର କରି ଅନୁସନ୍ଧାନ ଚଳାଇଛି।

ସୁଚନା ଅନୁଯାୟୀ ଜଣାପଡିଛି ଯେ ମହିଳା ବିଚାରପତି ମହାଶୟା ଘରର ଉପର ମହଲାରେ ଶୋଇଥିବା ବେଳେ ଚୋରମାନେ ତଳ ଘର କବାଟ ଭାଙ୍ଗି ଘର ଭିତରେ ପ୍ରବେଶ କରି ଆଲମାରୀ ଭାଙ୍ଗି ଟଙ୍କା ଓ ସ୍ବର୍ଣ୍ଣ ଅଳଙ୍କାର ଚୋରି କରିବା ପାଇଁ ଉଦ୍ୟମ କରିଛନ୍ତି ଓ ପୁଣି ଉପର ମହଲାରେ ପ୍ରବେଶ କରି ଚୋରି କରିବାକୁ ଚେଷ୍ଟା କରି ବିଫଳ ହୋଇଥିବା ସିସିଟିଭି କ୍ୟାମେରା ଫୁଟେଜରୁ ଜଣାପଡିଛି। ପ୍ରାୟ ୩ ଘଣ୍ଟା ସମୟ ଚୋରମାନେ ଏହି ଭଳି କାର୍ଯ୍ୟ କରିଥିବା ଜଣାପଡ଼ିଛି। କିନ୍ତୁ ବିଚାରପତି ମହାଶୟା ନିଦରେ ଶୋଇ ପଡ଼ିଥିବାରୁ ଚୋର ମାନଙ୍କ ଆକ୍ରମଣରୁ ବର୍ତ୍ତି ଯାଇଥିବା ଜଣାପଡିଛି।

ବର୍ତ୍ତମାନ ରେଶମ ନଗରୀ ବ୍ରହ୍ମପୁର ସହରର ଆଇନଶୃଙ୍ଖଳା ପରିସ୍ଥିତିକୁ ଦେଖିଲେ ଜଣାପଡୁଛି ଚୋର, ଲୁଟେରା ଓ ଅସାମାଜିକ ବ୍ୟକ୍ତିମାନେ ପୋଲିସ ପ୍ରାସାସନକୁ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି। କାରଣ ଏହି ଦୁଇମାସ ହେଲା ହତ୍ୟା, ହତ୍ୟା ଉଦ୍ୟମ, ଚୋରି, ଲୁଟ୍ପାଟ ଇତ୍ୟାଦି ଘଟଣା ପ୍ରତ୍ୟେକ ଦିନ ବଢ଼ିଚାଲିଛ

Share This Article