ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ବର୍ତ୍ତମାନ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ତା’ର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ୱେଲ ମାର୍କଡ଼ ଲୋ ପ୍ରେସର ରୂପ ନେଇଛି ।
ଏହି ବଳୟ ସହ ସଂଶ୍ଲିଷ୍ଟ ଘୁର୍ଣ୍ଣି ବଳୟ ବାୟୁ ମଣ୍ଡଳର ଟ୍ରପୋସ୍ପିୟରର ମଧ୍ୟ ଭାଗ ପର୍ଯ୍ୟନ୍ତ ଲମ୍ବିଛି । ଏହି ୱେଲ ମାର୍କଡ଼ ଲୋ ପ୍ରେସର ଘନୀଭୂତ ହୋଇ ଆସନ୍ତା କାଲି ଅର୍ଥାତ ୧୫ ତାରିଖ ଦିନ ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ଅବପାତର ରୂପ ନେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହି ଅବପାତ ଆହୁରି ଘନୀଭୂତ ହୋଇ ୧୬ ତାରିଖ ସନ୍ଧ୍ୟା ବେଳକୁ ସେହି ଅଞ୍ଚଳରେ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞମାନେ ।
Comment