ଲଜ୍ୟା..ଲଜ୍ୟା…ଯାଜପୁରରେ କର୍ମଜୀବି ମହିଳାଙ୍କ ହାତଗୋଡ ବାନ୍ଧି ଗଣ ଦୁଷ୍କର୍ମ, ଚାରିଆଡେ ନିନ୍ଦା

Odisha Hot News
1 Min Read

ଭୁବନେଶ୍ବର: ପୁଣିଥରେ ଓଡିଶାକୁ ଫେରିଛି ଲଜ୍ୟା..। ଯାହା ସାଧାରଣରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଜଣେ କର୍ମଜୀବି ମହିଳାଙ୍କ ହାତଗୋଡ ବାନ୍ଧି ତାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି। ତାଙ୍କୁ ରାତିରେ ଘରେ ଛାଡି ଦେବା ବାହାନା କରି ଦୁଷ୍କର୍ମକାରୀମାନେ ଏହି କାଣ୍ଡ ଘଟାଇଥିବାର ଜଣାପଡିଛି।

ଘଟଣାଟି ଘଟିଛି ଯାଜପୁର ସହରରେ। ସେଠାରେ ଜଣେ କର୍ମଜୀବି ମହିଳା ଅଫିସ ସାରି ଘରକୁ ଯିବା ପାଇଁ ଯାଜପୁରର ଟାଉନର ଗାନ୍ଧି ଛକ ନିକଟରେ ଗାଡିକୁ ଅପେକ୍ଷା କରିଥିଲେ। ସଂଧ୍ୟା ହୋଇଯାଇଥିବାରୁ ସେ ଯିବା ପାଇଁ ବ୍ୟସ୍ତ ହେଉଥିଲେ। ଏହି ସମୟରେ ଜଣେ ଅଟୋ ଡ୍ରାଇଭର ତାଙ୍କୁ ତାଙ୍କ ଗାଁ ଛକ ନିକଟରେ ଛାଡି ଦେବେ ବୋଲି କହି ଡାକିଥିଲେ।

ମହିଳା ଜଣଙ୍କ ତାଙ୍କ କଥାରେ ବିଶ୍ବାସ କରି ସେ ସେହି ଅଟୋରେ ବସିଲେ। ପୂର୍ବରୁ ସେଥିରେ ଦୁଇଜଣ ଯୁବକ ବସିଥିଲେ। ଅଟୋ କିଛିବାଟ ଯିବା ପରେ ସେହି ଦୁଇ ଯୁବକ ତାଙ୍କ ପ୍ରତି ଅଶାଳିନ ବ୍ୟବହାର ପ୍ରଦର୍ଶନ କଲେ। ସେ ପନ୍ଧିଥିବା ଓଢଣୀରେ ମହିଳାଙ୍କ ହାତଗୋଡ ବାନ୍ଧି ଦେଲେ।

ଏହାପରେ ସେମାନେ ତାଙ୍କୁ ଏକ ନିଛାଟିଆ ଜାଗାକୁ ନେଇଯାଇଥିଲେ। ସେଠାରେ ପୂର୍ବରୁ ଦୁଇଜଣ ମଦ୍ୟପ ଯୁବକ ଥିଲେ। ସେଠାରେ ସେମାନେ ଗଣଦୁଷ୍କର୍ମ କରିଥିଲେ। ମହିଳା ଜଣଙ୍କ ସେଠାରୁ ଖସିବାକୁ ଉଦ୍ୟମ କରିବାରୁ ଦୁର୍ବୁତମାନେ ତାଙ୍କ ହାତ ଗୋଡକୁ ହାଣି ପଳାଇଥିଲେ। ପରେ ସ୍ଥାନୀୟ ଲୋକ ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏହାପରେ ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।

Share This Article