ଆଜି ୨୪ ଦିନରେ ପହଂଚିଲ ମାଁ ବୁଢ଼ୀ ଠାକୁରାଣୀଙ୍କର ଯାତ୍ରା

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଉ ମାତ୍ର ଦୁଇ ଦିନ ପରେ ମାଁ ବୁଢ଼ୀ ଠାକୁରାଣୀ ଚାଲିଯିବେ ଶାଶୁ ଘରକୁ। ମାଁ ଙ୍କ ବାହୁଡା଼ ସମୟ ଯେତେ ନିକଟ ହେଉଛି, ଶ୍ରଦ୍ଧାଳୁ ଭକ୍ତଙ୍କ ସଂଖ୍ୟା ସେତେ ବଢ଼ିଚାଲିଛି।

ଏହି ପରିପ୍ରେକ୍ଷୀରେ ସରକାରୀ ପ୍ରଶାସନର ଗୃହ ବିଭାଗ ପକ୍ଷରୁ ଜନଜୀବନର ସୁରକ୍ଷା, ପୌରନିଗମ ପକ୍ଷରୁ ସଫେଇ, ପରିମଳ ବ୍ୟବସ୍ଥା ସହ ଜଳଯୋଗାଣର ସୁବନ୍ଦୋବସ୍ତ, ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଦ୍ୟୁତ୍ ସରବରାହ ବ୍ୟବସ୍ଥା ସହ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରସାଦ ସେବନ କାର୍ଯ୍ୟକ୍ରମ ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମାଁଙ୍କ ଦର୍ଶନରେ ସହଯୋଗ କରୁଛନ୍ତି।

ଏତଦବ୍ୟତୀତ ମାଁଙ୍କ ଯାତ୍ରା ଉପଲକ୍ଷେ ବିଭିନ୍ନ ମାନସିକଧାରୀ ଓ ସହରର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ବେଶ ଅନୁଷ୍ଠିତ ହୋଇ। ଶ୍ରଦ୍ଧାଳୁ ଭକ୍ତଙ୍କ ମନ ତୋଷୁଛନ୍ତି। ବିଶେଷକରି ଗତକାଲି ବିଜିପୁର ଅଞ୍ଚଳର ବହୁ ପୁରାତନ ଲଣ୍ଡା ବେଶ ଓ ଭାପୁର ଦଳୁଆ ସାହିର ଗୁରୁ ନାନକ ବେଶ ସାଧାରଣ ଜନତା ଙ୍କ ଆକର୍ଷଣ କରିଥିଲା।

ଏଥିସହିତ ବଡ଼ବଜାର ଅଞ୍ଚଳର ବିଭିନ୍ନ ସ୍ଥାନରେ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ଉଦ୍ଦେଶ୍ୟରେ ନାନାଦି ବ୍ୟଞ୍ଜନ ଓ ଅନ୍ନ ପ୍ରସାଦ ର ବ୍ୟବସ୍ଥା ସାଧାରଣ ଲୋକଙ୍କ ମୁଖରେ ଉଚ୍ଚ ପ୍ରଶଂସିତ ହେଉଛି।

Share This Article