ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୫୦ ଲକ୍ଷ ଟଙ୍କା ସହାୟତା ରାଶିରେ ସାମିଲ ହେଲେ ସରପଞ୍ଚ

Odisha Hot News
1 Min Read

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏକ ବଡ଼ ଘୋଷଣା କରିଛନ୍ତି ।କରୋନା(କୋଭିଡ-୧୯) ସଂକ୍ରମଣ ରୋକିବା କ୍ଷେତ୍ରରେ ଆଗଧାଡ଼ିରେ କାର୍ଯ୍ୟ କରୁଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହେଲେ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର ସହାୟତା ଦେବାକୁ ପୂର୍ବରୁ ଘୋଷଣା କରିଛନ୍ତି । ଏବେ ସରପଞ୍ଚମାନଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତୃଣମୂଳ ସ୍ତରରେ କରୋନା ମୁକାବିଲା ପାଇଁ ସରପଞ୍ଚମାନେ ଅସ୍ଥାୟୀ ଚିକିତ୍ସା ଶିବିର (ଟିଏମ୍‌ସି), କ୍ୱାରାଣ୍ଟାଇନ ସେଣ୍ଟର ଏବଂ ଅନ୍ୟାନ୍ୟ କୋଭିଡ ସୁବିଧାଗୁଡିକର ସୁପରିଚାଳନାରେ ଉତ୍ସର୍ଗୀକୃତ ଭାବେ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି। ସେମାନେ ଆମ ଆଗଧାଡ଼ିର ଯୋଦ୍ଧା। ସେମାନଙ୍କ ପରିବାର ହିତ ପାଇଁ ପୂର୍ବ ଘୋଷିତ ୫୦ ଲକ୍ଷ ସହାୟତା ରାଶିରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ। ସେମାନଙ୍କ ପରିବାର ଏହି ସହାୟତା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share This Article