ଠିକାଦାରଙ୍କୁ ମରଣାନ୍ତକ ଆକ୍ରମଣ, ପୋଲିସ ଉପରେ ସଙ୍ଗୀନ ଅଭିଯୋଗ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଟାଉନ ଥାନା ପଡ଼ିଶାରେ ଚାଲିଥିବା ମୀନା ବଜାର ମେଳା ପରିଦର୍ଶନ ସମୟରେ ଧୀରୋଜ ମୋହନ ଚୌଧୁରୀ ନାମକ ଜଣେ ଠିକାଦାରକୁ କିଛି ଯୁବକ ମାରଣାନ୍ତକ ଆକ୍ରମଣ କରିଛନ୍ତି। ଅନ୍ୟ ଜଣେ ବନ୍ଧୁଙ୍କ ସହଯୋଗରେ ଠିକାଦାର ଚୌଧୁରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇ ବ୍ରହ୍ମପୁର ଟାଉନ ଥାନା ରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ଠାରୁ କୌଣସି ଭରସା ମିଳିନାହିଁ ବୋଲି ଗୁରୁତର ଠିକାଦାର ଜଣଙ୍କ ସାମାଜିକ ଗଣମାଧ୍ୟମକୁ ବିବୃତ୍ତି କରିଛନ୍ତି।

ଆହତ ଧୀରୋଜଙ୍କ ଠାରୁ ପ୍ରକାଶ ଯେ, ସେ ସନ୍ଧ୍ୟା ସମୟରେ ଉକ୍ତ ମେଳା ବୁଲିବାକୁ ଆସିଥିବା ବେଳେ ପ୍ରକାଶ ଓ ନବୀନ ନାମକ ଦୁଇ ଯୁବକ ତାଙ୍କୁ ମେଳା ପରିସରରେ ଥିବା ଏକ କାର୍ଯ୍ୟାଳୟକୁ ଡାକି ନେଇ ବନ୍ଧୁକ ଦେଖେଇ ୫୦ ହଜାର ଟଙ୍କା ଦାଦା ବଟି ମାଗିଥିଲେ। କିନ୍ତୁ ସେ ନାହିଁ କରିବାରୁ ଉକ୍ତ ଦୁଇ ଯୁବକ ଓ ଆଉ ୩ ଜଣ ଯୁବକ ମିଶି ମାଡ଼ ମାରିବା ସହ ଏକ ଧାରୁଆ ଅସ୍ତ୍ରରେ ପେଟକୁ ଆକ୍ରମଣ କରିଥିଲେ। ମୁଁ ଗୁରୁତର ଅବସ୍ଥାରେ ନିକଟରେ ଥିବା ଟାଉନ ଥାନାକୁ ଯାଇ ଅଭିଯୋଗ କରିଥିଲେ ମଧ୍ୟ ପୋଲିସର ସହଯୋଗ ମିଳିଲା ନାହିଁ।

Share This Article