ଆଜି ଜଗନ୍ନାଥ ଦର୍ଶନ କରିବାକୁ ଯାଉଛନ୍ତି କି, ରହିଯାଆନ୍ତୁ !!! ସଂଧ୍ୟା ପାଞ୍ଚଟାରୁ ଦର୍ଶନ ବନ୍ଦ

Odisha Hot News
1 Min Read

ପୁରୀ: ଆଜି ହେଉଛି ବୈଶାଖମାସ ଅଷ୍ଟମୀ ତିଥୀ। ଏହିଦିନ ପୁରୀରେ ମହାପ୍ରଭୃଙ୍କ ପଇତା ଲାଗି ହୋଇଥାଏ। ସେଥିପାଇଁ ଆଜି ଶ୍ରୀଜିୟୁଙ୍କ ଦର୍ଶନ ସଂଧ୍ୟା ପାଞ୍ଚଟାରୁ ରାତି ଦଶଟା ପର୍ଯ୍ୟନ୍ତ ବନ୍ଦ ରହିବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜିୟୁଙ୍କ ସାଧାରଣ ଦର୍ଶନ ବନ୍ଦ ରଖାଯିବ। ଏ ନେଇ ମନ୍ଦିର ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି।

ଏହି ପଇତା ଲାଗି ନୀତିକୁ ଦଇତାପତି ସେବକମାନେ କରିଥାଆନ୍ତି। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବାପରେ ମା’ଲଷ୍ମୀ ଏବଂ ମା’ଭୂଦେବୀ ଖଟଶେଯ ଘରକୁ ବିଜେକଲା ପରେ ପଇତା ଲାଗି ନିମନ୍ତେ ଦଇତାପତି ସେବକ ମାନେ ଗର୍ଭ ଗୃହରେ ପ୍ରବେଶ କରିଥିଥାନ୍ତି ।

ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିଥାଏ। ଦଇତାପତି ସେବକମାନେ ଦେଉଳକରଣ ଙ୍କ ଠାରୁ ଉକ୍ତ ତିନି ରଙ୍ଗର ପାଟ ପଇତା ଗ୍ରହଣ କରି ପତି ମହାପାତ୍ର ଙ୍କ ଉପସ୍ଥିତି ରେ ଶ୍ରୀଜୀଉମାନଙ୍କ ଠାରେ ପଇତା ଲାଗି କରିବେ ।

Share This Article