ସିପିଆଇ ନେତା ଦିବାକର ନାୟକ ବିୟୋଗରେ ପିସିସି ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

Odisha Hot News
1 Min Read

ଭୁବନେଶ୍ୱର:– ସାମ୍ୟବାଦୀ ଆନ୍ଦୋଳନର ଅନ୍ୟତମ ସାରଥୀ କମ୍ରେଡ୍ ସିପିଆଇ ର ପୂର୍ବତନ ରାଜ୍ୟ ସମ୍ପାଦକ ଦିବାକର ନାୟକଙ୍କ ଶବାଧାରରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିବା ବେଳେ ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଏବଂ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ମଧ୍ୟ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଏହି ଅବସରରେ ଶ୍ରୀଯୁକ୍ତ ହରିଚନ୍ଦନ କହିଛନ୍ତି କି ସ୍ବର୍ଗତ ଦିବାକର ବାବୁ ଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଥିଲା।ଦିବାକର ବାବୁ ବିଶିଷ୍ଟ ସାମ୍ୟବାଦୀ ନେତା ଗୁରୁ ଚରଣ ପଟ୍ଟନାୟକ ଏବଂ ଅନନ୍ତ ପଟ୍ଟନାୟକ ଙ୍କ ସହଯୋଗୀ ଥିଲେ ।ସ୍ବର୍ଗତ ଦିବାକର ବାବୁ ବହୁ ଜନ ଆନ୍ଦୋଳନର ନେତୃତ୍ଵ ନେଇଥିଲେ।ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ଶ୍ରୀଯୁକ୍ତ ହରିଚନ୍ଦନ।

Share This Article