ନୂତନ ରାସନ କାର୍ଡ଼ ପ୍ରସ୍ତୁତି ନିମନ୍ତେ ଈ-କେ.ୱାଈ.ସି ଯାଞ୍ଚ ନିହାତି ଜରୁରୀ

Odisha Hot News
1 Min Read

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ନୂତନ ରାସନ କାର୍ଡ଼ ପ୍ରସ୍ତୁତି ନିମନ୍ତେ ଈ-କେ.ୱାଈ.ସି ଯାଞ୍ଚ ନିହାତି ଜରୁରୀ ଥିବାରୁ ସମସ୍ତ ଯୋଗ୍ୟ ହିତାଧିକାରୀ ଇକେୱାଇସି ଯାଞ୍ଚ କରାଇନେବାକୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏ ନେଇ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୂତନ ରାସନ କାର୍ଡ଼ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଯାଞ୍ଚ ତଥା କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ବର୍ତ୍ତମାନ ନୂତନ ରାସନ କାର୍ଡ଼ ପ୍ରସ୍ତୁତ କରାଯାଉଛି।

ଏହି ପରିପ୍ରେକ୍ଷୀରେ ନୂତନ ରାସନ କାର୍ଡ଼ ପ୍ରସ୍ତୁତ ନିମନ୍ତେ ପରିବାରର ସମସ୍ତ ସଦସ୍ୟଙ୍କ ଈ-କେ.ୱାଈ.ସି ଯାଞ୍ଚ ନିହାତି ଜରୁରୀ ଅଟେ। ଏଣୁ ଜିଲ୍ଲାର ସମସ୍ତ ଆବେଦନକାରୀ ନିଜ ବ୍ଲକ କିମ୍ବା ପୌରାଞ୍ଚଳରେ ଥିବା ଯୋଗାଣ ନିରୀକ୍ଷକଙ୍କ ସହ ଯୋଗାଯୋଗ କରି ଯଥାଶୀଘ୍ର ଈ-କେ.ୱାଈ.ସି ଯାଞ୍ଚ କରାଇ ନେବାକୁ ଅନୁରୋଧ କରାଯଇଛି।।

Share This Article