ଇଡି ଅଫିସ ଘେରାଉ କଲା ପ୍ରଦେଶ ଯୁବ କଂଗ୍ରେସ, ପୋଲିସ ସହିତ ଧସ୍ତାଧସ୍ତି

Odisha Hot News
1 Min Read

ଭୁବନେଶ୍ବର: ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଭୁବନେଶ୍ବର ସ୍ଥିତ ଇଡି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଶ୍ରୀ ପାତ୍ରଙ୍କ ନେତୃତ୍ବରେ ଯୁବ କଂଗ୍ରେସର କର୍ମୀମାନେ ଏକ ଗ୍ୟାଲିରେ ଯାଇ ଇଡି ଅଫିସ ସମ୍ମୁଖରେ ଥ‌ିବା ପୋଲିସ ବାରିକେଡ ଭାଙ୍ଗିଥିଲେ। ପୋଲିସ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରାୟ ଦୁଇଘଂଟା ଧରି ଧସ୍ତାଧସ୍ତି ହୋଇଥିଲା।

ଏହାପରେ ଯୁବ କଂଗ୍ରେସ କର୍ମୀମାନେ ଇଡି ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ । ଏହି ଅବସରରେ ଶ୍ରୀ ରଣଜିତ ପାତ୍ର କହିଛନ୍ତି ଯେ ଇଡି ବିଜେପିର ଏକ ଛାମୁଆ ସଂଗଠନ ଭାବେ କାର୍ଯ୍ୟକରୁଛି । ଯେଉଁ ଅଣ କଂଗ୍ରେସ ଦଳର ନେତୃତ୍ବ ବିଜେପିର ଭ୍ରଷ୍ଟାଚାର, ଦୁର୍ନୀତି, ଦରଦାମ ବୃଦ୍ଧି, ମହିଳା ନିର୍ଯ୍ୟାତନା, ଚାଷୀ ପ୍ରସଙ୍ଗ ଓ ବେକାରୀ ସମସ୍ୟା ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ସଂସଦ ଭିତରେ ଏବଂ ବାହାରେ ଶାଣିତ ସ୍ବର ଉତୋଳନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ମୋଦି ସରକାର ଅଗଣତାନ୍ତ୍ରିକ ଭାବେ ଇଡିର କାର୍ଯ୍ୟାନୁଷ୍ଠାନ ପ୍ରୟୋଗ କରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ଵଜିତ ଦାଶ, ମନୋଜ ରାଉତ, ମନୋଜ ବିଶ୍ୱାଳ, ଅଭିଳାଷ ମାଣିଆ, ଉଦିତ ପ୍ରଧାନ, ସୁଦିପ ସାମଲ, ନିହାର ବେହେରା, ମହମ୍ମଦ ଗୁଲଫାମ, ଗୋପନ ମାର୍ଥା, ଅଭିଜିତ ଜେନା, ସ୍ବାଗତ କର, ରଜନୀ ମହାନ୍ତି, ଅଜୟ ସାହୁ, ବଟକୃଷ୍ଣ ରାଉତରାୟ, କୃଷ୍ଣ ମହାତ୍ତି, ଦୀପକ ମହାପାତ୍ର, ଅମରେଶ ପରିଡ଼ା, ଜାଭେଦ ଅକତର, ମହମ୍ମଦ ପରଭେଜ, ବଳରାମ ନନ୍ଦ, ଶିଳ୍ପଶ୍ରୀ ହରିଚନ୍ଦନ, ମନ୍ଦାକିନି ବଣୁଆ, ମଧୁସ୍ମିତା ଆଚାର୍ଯ୍ୟ, ଆଲୋକ ଦାସ, ମୋହନ ନାୟକ, ଅମିତ ଆଚାର୍ଯ୍ୟ, ଗଣେଶ ସାହୁ, ମହମ୍ମଦ ସାହେବ, ଅମିତ ଆହିର, ଅଙ୍କିତ ସାହୁ, ସୁରଜ ବେହେରା, ବିଶ୍ୱଜିତ ସ୍ୱାଇଁ, ବିଂରଚି ବାରିକ, ପବିତ୍ର ସେଠୀ ପ୍ରମୁଖ ଏହି ଘେରାଉ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Share This Article