ଧର୍ମଶାଳାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ, ଗାଡି ଉପରେ ଠେଙ୍ଗା ପାହାର

Odisha Hot News
1 Min Read

ସମୀକ୍ଷା ବ୍ୟୁରୋ: ଆଜି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ହୋଇଛି। ଶତାଧିକ ଲୋକେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲେ। ହେଲେ ତାଙ୍କ ଗାଡିକୁ ଠେଙ୍ଗା ପାହର ପକାଇ ନଷ୍ଟ କରିଦେଇଛନ୍ତି। ପ୍ରଣବ ହେଙ୍ଗୁଳା ଦର୍ଶନ କରିବାକୁ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଛି।

ଏ ନେଇ ପ୍ରଣବ କହିଛନ୍ତି ଯେ, ମୋତେ ମାରିଦେବାକୁ ସେମାନେ ଉଦ୍ୟତ କରିଥିଲେ। ମୋ କର୍ମିଙ୍କ ଉପରେ ସେମାନେ ଆକ୍ରମଣ କରିଛନ୍ତି। ମୋ ଗାଡି ଭାଙ୍ଗି ଦେଇଛନ୍ତି। ଏହି ଆକ୍ରମଣ ପଛରେ ବିଧାୟକ ହିମାଂଶୁ ସାହୁଙ୍କ ହାତ ରହିଛି ବୋଲି ପ୍ରଣବ କହିଛନ୍ତି।

ତେବେ ଏହାକୁ ଖଣ୍ଡନ କରିଛନ୍ତି ବିଧାୟକ ହିମାଂଶୁ ସାହୁ। ସେ କହିଛନ୍ତି ଯେ, ବର୍ତ୍ତମାନ ମୁଁ ଓଡିଶା ବାହାରେ ରହିଛି। ମୋ ପାଖରେ ଯାହା ଖବର ବିଜେଡି ବିଜେଡି ଭିତରେ ଏହି ଗଣ୍ଡଗୋଳ ହୋଇଛି। ଏଥିରେ ମୋର କିଛି ନାହିଁ। ଆଇନ ତା ବାଟରେ ଯିବ ବୋଲି ସେ କହିଛନ୍ତି।

Share This Article