ହନୁମାନ ଜୟନ୍ତୀ ପାଇଁ ପୋଲିସର ବଡ ପ୍ରସ୍ତୁତି, ଜଗିବେ ୨୦୦ ପ୍ଲାଟୁନ ଫୋର୍ସ, ୬୫୦ ସିସିଟିଭି ଓ ୪୦ଟି ଡ୍ରୋନ

Odisha Hot News
1 Min Read

ଭୁବନେଶ୍ୱର: ଆସନ୍ତାକାଲି ହନୁମାନ ଜୟନ୍ତୀ ପାଇଁ ଓଡିଶା ପୋଲିସ ତରଫରୁ ବଡ ପ୍ରସ୍ତୁତ କରାଯାଇଛିି। ବିଭିନ୍ନ ସ୍ଥାନରେ ୨୦୦ ପ୍ଲାଟୁନ ଫୋର୍ସ ଆଇନଶୃଙ୍ଖଳା ଦାୟିତ୍ୱରେ ରହିବେ। ସେହିପରି ବିଭିନ୍ନ ସ୍ଥାନରେ ପ୍ରାୟ ୬୫୦ ସିସିଟିଭି କ୍ୟାମେରା ଲଗାଯାଇଛି। କେତେକ ସମ୍ବେଦନଶୀଳ ସ୍ଥାନରେ ୪୦ଟି ଡ୍ରୋନ ମୁତୟନ କରାଯାଉଛି ବୋଲି ଆଇନ ଶୃଙ୍ଖଳ ଏଡିଜି ସଞ୍ଜୟ କୁମାର କହିଛନ୍ତି।

ସେ କହିଛନ୍ତି ଯେ, ସମ୍ବଲପୁରରେ ବଡ଼ ବଡ଼ LED ଓ ଡ୍ରୋନ ସାହାଯ୍ୟରେ ନିରୀକ୍ଷଣ କରାଯାଉଛି । ସେହିପରି ସାଦା ପୋଷାକରେ ପାଇଁତରା ମାରୁଥିବା ପୋଲିସ କର୍ମଚାରୀଙ୍କୁ ମୋବାଇଲ ଭେଇକିଲ ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲାରେ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ ସ୍ଥାପନ କରାଯାଇଛି। ଜିଲ୍ଲାପାଳ ଓ ଏସପିଙ୍କ ସହ ଶାନ୍ତି କମିଟି ମିଟିଂ ସରିଛି। ସମ୍ବେଦନଶୀଳ ସ୍ଥାନରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଉପସ୍ଥିତ ରହିବେ। କୌଣସି ସ୍ଥାନରେ କିଛି ବିଶୃଙ୍ଖଳାକୁ ପ୍ରସୟ ଦିଆଯିବ ନାହିଁ ବୋଲି ଏଡିଜି କହିଛନ୍ତି।

 

Share This Article