ନୂଆପଡା ଖଡିଆଳ ଠାରେ ହନୁମାନ ଜନ୍ମ ଜୟନ୍ତୀ ପାଳିତ, ଚାଲିଲା ଖଣ୍ଡା ବୁଲା

Odisha Hot News
1 Min Read

ସମୀକ୍ଷା ବ୍ୟୁରୋ: ନୂଆପଡ଼ା ଜିଲ୍ଲା ଖଡିଆଳ ଜୟ ମାତା ଦି ଗ୍ରୁପ୍ ପକ୍ଷ ରୁ ହନୁମାନ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି। ହନୁମାନ ଜୟନ୍ତୀ ଉପଲକ୍ଷେ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ଖଡିଆଳ ନଗର ପରିକ୍ରମା କରିଥିବା ବେଳେ  ବିଭିନ୍ନ ଛକ ରେ ହନୁମାନ ଚାଳିଶା ପଠନ ଉତ୍ସବ ପାଳିତ ହୋଇଯାଇଅଛି।

ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ  ଆଳତି ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ରେ ଖଡିଆଳ ବିଧାୟକ ଆଧିରାଜ୍ ପାଣିଗ୍ରାହୀ, ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ବହୁ ବରିଷ୍ଠ ନାଗରିକ, ସଚେତନ କର୍ମୀ, ମହିଳା, ପୁରୁଷ ଏବଂ ଯୁବ ଗୋଷ୍ଠୀ ସାମିଲ ହୋଇ ହନୁମାନ ଜୟନ୍ତୀ ଉପଲକ୍ଷେ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ।

ଶୋଭାଯାତ୍ରାରେ ଖଣ୍ଡା ଚାଲନା, ଝଣ୍ଡା ଉଡାଣ ସହ ସୁସଜ୍ଜିତ ରାମ,ଲକ୍ଷ୍ମଣ ଓ ସୀତା ଙ୍କ ପ୍ରତିରୂପ ଶିଶୁ କଳାକାର ସାମିଲ ହୋଇଥିଲେ। ହନୁମାନଙ୍କ ଆଳତି ସମୟ ରେ ସମୟ ସଡ଼କ ଉପରେ ବସି ଆଳତି ଗାନ କରିଥିଲେ। ୩୫୩ ନମ୍ୱର୍ ଜାତୀୟ ରାଜପଥ ରେ ଭଣ୍ଡାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।

Share This Article