ଶ୍ରୀମନ୍ଦିରରୁ ବାନା ନେଇଗଲା ଚିଲ, ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ, ଦେଖନ୍ତୁ ଭିଡିଓ

Odisha Hot News
1 Min Read

ଭୁବନେଶ୍ବର: ଆଜି ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ବେଶ ଚହଳ ପକାଇଛି। ଆଉ ଭାଇରାଲ ହେବାରେ ମଧ୍ୟ ଲାଗିଛି। ତାହା ହେଲା ଯେ, ପୁରୀ ଶ୍ରୀମନ୍ଦିରର ନୀଳଚକ୍ରରୁ ଏକ ଚିଲ ପତିତପାବନ ବାନା ଧରି ଉଡୁଥିବାର ଲକ୍ଷ୍ୟ କରାଯାଇଛି। ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଚିଲଟି କାହିଁକି ଏପରି କଲା ତାହାକୁ ନେଇ ପ୍ରଶ୍ନ ଉଠିଛି।

 

ଭିଡିଓରେ ଦେଖାଯାଇଛି ଯେ, ଚିଲଟି ବାନା ଧରି ମନ୍ଦିର ଉପରେ ଘୂରିବୁଲୁଛି। ପତାକାଟି ଲମ୍ବ ଭାବରେ ଉଡୁଥିବାର ଦେଖାଯାଇଛି। ଚିଲ ପକ୍ଷୀ ଏକ ଅଶୁଭ ପକ୍ଷୀ ହୋଇଥିବାରୁ ବିଭିନ୍ନ ମହଲରେ ରାଜ୍ୟର ବିଭ୍ରାଟ ସୃଷ୍ଟି ନେଇ ଆଶଙ୍କା କରୁଛନ୍ତି। ତେବେ ଏହାକୁ ନେଇ ମନ୍ଦିର ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Share This Article