ଓଡ଼ିଆ ଆଲବମ ‘ତୋ ପାଖରେ ମନ ହଜେଇ’ର ହେଲା ଅଡ଼ିଓ ରିଲିଜ

Odisha Hot News
1 Min Read

ଭୁବନେଶ୍ୱର: ମା’ ସୁନଦେଇ ପ୍ରଡକ୍ସନ ଓ ବି.କେ କ୍ରିଏସନ ଓଡ଼ିଆ ତରଫରୁ ଭୁବନେଶ୍ୱର ଆଇଆରସି ଭିଲେଜସ୍ଥିତ ଡି ବ୍ରେକ କାଫେରେ ଏକ ସୁନ୍ଦର ଓଡ଼ିଆ ଆଧୁନିକ ଆଲବମ୍ ‘ତୋ ପାଖରେ ମନ ହଜେଇ’ର ଅଡ଼ିଓ ରିଲିଜି ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ପ୍ରଯୋଜକ ବିବେକାନନ୍ଦ ବାରିକ, ପ୍ରଭାତୀ ବାରିକ, ଗାୟକ ସ୍ମୃତିପ୍ରତୀକ ଓ ସୁଜନ୍ୟା ରଥ, ସଙ୍ଗୀତ ଓ ଲେଖକ ରାଗ ନାୟକଙ୍କ ସମେତ ବହୁ ଜ୍ଞାନୀଗୁଣି ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।

ଶେଷରେ ପ୍ରଯୋଜକ ନନ୍ଦ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଆଗକୁ ଆହୁରି ସୁନ୍ଦର ଭଜନ ଓ ହାସ୍ୟରସ ଆଲବମ ଭେଟି ଦେବେ ବୋଲି ପ୍ରଯୋଜକ ଶ୍ରୀ ବାରିକ ସୂଚନା ଦେଇଛନ୍ତି ।

Share This Article