ନବରଙ୍ଗପୁର ଜିଲ୍ଲା ଗସ୍ତରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

Odisha Hot News
1 Min Read

ନବରଙ୍ଗପୁର: ଜନସାଧାରଣଙ୍କ ହିତ ପାଇଁ ଉଦ୍ଦିଷ୍ଟ ପାନୀୟ ଜଳ ଯୋଗାଣ ଭଳି ଲୋକଆଭିମୁଖୀ ଯୋଜନାର ପ୍ରକଳ୍ପ କାର୍ଯ୍ୟରେ ଅହେତୁକ ବିଳମ୍ବ ଓ ଖାମ ଖିଆଲି ମନୋଭାବ ପୋଷାଣକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରକାଶ କରିଛନ୍ତି। ଠିକ ରୂପେ କାର୍ଯ୍ୟ କଲେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥା ବିରୁଦ୍ଧରେ ଆଇନ ମୁତାବକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି।

ଦିନିକିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିଥିବା ମନ୍ତ୍ରୀ ଶ୍ରୀ ନାୟକ ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ। ବିଶେଷତଃ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ହରଘର ଜଲ, ଜଲ ଜୀବନ ମିଶନ ଯୋଜନା ସମ୍ପର୍କ ରେ ଆଲୋଚନା ହେବା ସହ ପ୍ରକଳ୍ପ ଗୁଡିକ ର ଅଗ୍ରଗତି ନେଇ ସମୀକ୍ଷା ହୋଇଥିଲା। ଜନକଲ୍ୟାଣକାରୀ ଯୋଜନା ଗୁଡିକର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ସହ ଏହାର ସୁଫଳ ଯେପରି ତ୍ରୁଣମୂଳ ସ୍ତରରେ ପହଂଚିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଶ୍ରୀ ନାୟକ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାରେ ମକା ଫସଲ ଉତ୍ପାଦନ ହେଉଥିବା ବେଳେ ମକାକୁ ନେଇ ଏକ ପ୍ରକଳ୍ପ ପ୍ରସ୍ତାବ ରହିଛି ଓ ଖୁବ ଶୀଘ୍ର ଏହାର ଅଗ୍ରଗତି ପ୍ରତି ଦୃଷ୍ଟି ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ ଏହି ଅବସରରେରେ ସୂଚନା ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ବିଧାୟକ ଗୌରୀ ଶଙ୍କର ମାଝୀ, ନରସିଂହ ଭତରା, ଜିଲ୍ଲପାଳ ଡ଼ା ଶୁଭଙ୍କର ମହାପାତ୍ରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Share This Article