ମା’ ଭଗବତୀ ମନ୍ଦିର ଦର୍ଶନ କଲେ ଓଡିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି

Odisha Hot News
1 Min Read

ବାଣପୁର: ଆଜି ଅପରାହ୍ନରେ ଓଡିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଜଷ୍ଟିସ ହରିସ ଟଣ୍ଡନ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ନିଜ ସହ ଧର୍ମିଣୀଙ୍କ ସହ ଦର୍ଶନ କରିଛନ୍ତି। ଏହି ଅବସରରେ ମୁଖ୍ୟ ବିଚାରପତିଙ୍କୁ ବାଣପୁର ଓକିଲ ସଂଘ ଓ ମନ୍ଦିର ପ୍ରଶାସନ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ମୁଖ୍ୟ ବିଚାରପତି କିଛି ସମୟ ମନ୍ଦିର ଭିତରେ ଅତିବାହିତ କରିବା ସହ ମା’ ଙ୍କ ଦିବ୍ୟ ସନ୍ଧ୍ୟା ଆଳତି ଦର୍ଶନ ମଧ୍ୟ କରିଥିଲେ।ଏହି ଅବସରରେ ମୁଖ୍ୟ ବିଚାରପତିଙ୍କୁ ସ୍ଥାନୀୟ ସେବାୟତ ମାନେ ମନ୍ଦିର ବିଷୟରେ ଅବଗତ କରାଇଥିଲେ। ଓଡିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଦାଇତ୍ୱ ନେବା ପରେ ଜଷ୍ଟିସ ଶ୍ରୀ ଟଣ୍ଡନ ରାଜ୍ୟର ଏକାଧିକ ଶକ୍ତିପିଠ ଦର୍ଶନ କରିଛନ୍ତି।

ମୁଖ୍ୟ ବିଚାରପତିଙ୍କ ବାଣପୁର ଗସ୍ତ ସମୟରେ ହାଇକୋର୍ଟର ରେଜିଷ୍ଟର ଜେନେରାଲ ଅଶାନ୍ତ କୁମାର ଦାସ, ଅତିରିକ୍ତ ରେଜିଷ୍ଟର ତଥା ମୁଖ୍ୟ ବିଚାରପତିଙ୍କ ମୁଖ୍ୟ ବ୍ୟକ୍ତିଗତ ସଚିବ ଆନନ୍ଦ ଦାସ, ଡେପୁଟି ରେଜିଷ୍ଟର( ଆଡମିନଷ୍ଟ୍ରେସନ ଓ ପ୍ରୋଟୋକାଲ ) ସି.ଏ ଦେଶପ୍ରିୟ ବାରିକ, ରାଜ୍ୟ ଦେବୋତ୍ତର ଉପାଯୁକ୍ତ ଦିଲ୍ଲୀପ ଶତପଥୀ,ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର, ଜେଏମଏଫସି ଇପ୍ସିତା ପ୍ରିୟା ଏକ୍କା, ବାଣପୁର ଓକିଲ ସଂଘ ସମ୍ପାଦକ ଜଗଦୀଶ ପଟ୍ଟନାୟକ, ଉପ ସଭାପତି ପଦ୍ମଜା ପଟ୍ଟନାୟକ, ପୂର୍ବତନ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା,ସୁଧୀର ପ୍ରଧାନ, ଜଗନ୍ନାଥ ଭୋଳ, ମନୋଜ ମହାପାତ୍ର, କାର୍ଯ୍ୟକାରୀ ସଭ୍ୟ ସନ୍ତୋଷ ମହାପାତ୍ର,କାମେଶ୍ୱର ଆଚାରୀ, ପ୍ରସନ୍ନ ଜେନା, ବରିଷ୍ଠ ଆଇନଜୀବୀ ବୃନ୍ଦାବନ ପ୍ରଧାନ, ସଚ୍ଚିତ ମିଶ୍ର, ରମେଶ ବିଷୋୟୀ,ମହେନ୍ଦ୍ର ପ୍ରତାପ ସାମନ୍ତସିଂହାର, ଦେବବ୍ରତ ବଡ଼ଜେନା,ସୁନୀଲ ମହାପାତ୍ର,ସଭ୍ୟ ସୀତାରାମ ଅଗ୍ରୱାଲ, ଶ୍ରୀନିବାସ ରାଓ, ଅନିଲ ବାରିକ, ପ୍ରଦୋଷ ପ୍ରଧାନ ଆଦି ଉପସ୍ଥିତ ଥିଲେ।

Share This Article