ଏଣିକି ବିଜେଡି ହାରିବ ବୋଲି କାହିଁକି କହିଲେ ଦଳର ସାଂସଦ ଦେବାଶିଷ ସାମନ୍ତରାୟ

Odisha Hot News
1 Min Read

ଭୁବନେଶ୍ବର: ଏଣିକି ବିଜେଡି ହାରିବ। ତେବେ ସାରା ଓଡିଶାରେ ନୁହେଁ। ଉପକୂଳ ଅଞ୍ଚଳରେ ଥିବା ୨୮ଟି ବିଧାନସଭା କ୍ଷେତ୍ରରେ ବିଜେଡି ହାରିବ ବୋଲି କହିଛନ୍ତି ଖୋଦ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ। ୱାକଫ ବିଲକୁ ନେଇ ବିଜେଡି ଯେପରି ଆଭିମୁଖ୍ୟ ପ୍ରକାଶ କଲା ତାହାକୁ ନେଇ ଏପରି ରାଗ ତମତମରେ କହିଛନ୍ତି ସାଂସଦ ଦେବାଶିଷ।

ଏହାର କାରଣରେ ସେ କହିଛନ୍ତି ଯେ, ଏହିସବୁ ନିର୍ବାଚନ ମଣ୍ଡଳିରେ ବହୁ ସଂଖ୍ୟାରେ ସଂଖ୍ୟାଲଘୁ ଭୋଟର ଅଛନ୍ତି। ସେମାନେ ବିଜେଡିର ଆଭିମୁଖ୍ୟ ନେଇ ଅସନ୍ତୁଷ୍ଠ। ଫଳରେ ସେମାନେ ଆଉ ବିଜେଡି ମୁହାଁ ହେବେ ନାହିଁ।

ସେତିକି ନୁହେଁ ସେ କହିଛନ୍ତି ଯେ, ଏହି ୨୮ଟି ନିର୍ବାଚନ ମଣ୍ଡଳି ବ୍ୟତିତ ଅନ୍ୟ କେତେକ କ୍ଷେତ୍ର ଅଛି ଯେଉଁଠାରେ ତିରିଶ ରୁ ଚାଲିଶ ହଜାର ସଂଖ୍ୟା ଲଘୁ ଅଛନ୍ତି। ସେମାନଙ୍କୁ କିପରି ଆମେ ମୁହଁ ଦେଖାଇବୁ ବୋଲି କହିଛନ୍ତି ଦେବାଶିଷ। ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

Share This Article