ବିଜେଡି ଧ୍ବଂସ ହେବାର ପାଦଦେଶରେ-ପ୍ରଦୀପ ପୁରୋହିତ; ବିଜେଡି ବୁଡିଯିବ- ବାବୁ ସିଂ

Odisha Hot News
1 Min Read

ଭୁବନେଶ୍ବର: ବିଜେଡି ବର୍ତ୍ତମାନ ଧ୍ବଂସ ହେବାର ପାଦ ଦେଶରେ। ବର୍ତ୍ତମାନ ଦଳର ନେତାମାନେ କେହି ନିୟନ୍ତ୍ରଣରେ ନାହାଁନ୍ତି। ଫଳରେ ଆଉ କିଛି ଦନ ପରେ ବିଜେଡି ଶେଷ ହେବ। ସମୟ ଆସିବ ଓଡିଶାରେ ଶଙ୍ଖ ଚିହ୍ନ କୁଆଡେ ହଜିଯିବ। ଏହିପରି ବୟାନ ଦେଇଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ। ୱାକଫ ବିଲ୍ କୁ ନେଇ ବିଜେଡିରେ ଚାଲିଥିବା ବିବାଦ ଉପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ।

ସେହିପରି ବିଜେପି ବିଧାୟକ ବାବୁ ସିଂ ମଧ୍ୟ ବିଜେଡିର ଏପରି ନୀତିକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ବିଜେଡିରେ ନେତୃତ୍ବର ଅଭାବ ଦେଖାଦେବ ସେତେବେଳେ ପରିସ୍ଥିତି ଏପରି ହେବ। କିଏ କାହା କଥା ମାନିବେ ନାହିଁ। ସଂସଦରେ ଯେପରି ଭୋଟ ଦୁଇଭାଗ ହେଲା ବିଧାନସଭାରେ ଭୋଟ ହୋଇଥିଲେ ମଧ୍ୟ ସେଇୟା ହୋଇଥାଆନ୍ତି।

ବିଧାନସଭାରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ଆଗତ ବେଳେ ବିଜେଡିର ତିନି ଜଣ ବିଲ୍ ସମପକ୍ଷରେ କହିଥିବା ବେଳେ ତିନି ଜଣ ବିପକ୍ଷରେ କହିଥିଲେ। ଭୋଟ ହୋଇଥିଲେ ମଧ୍ୟ ତାହା ଭାଗଭଗ ହୋଇଥାଆନ୍ତା। ଖୁବ ଶିଘ୍ର ବିଜେଡି ଡୁବି ଯିବ ବୋଲି ବାବୁ ସିଂ କହିଛନ୍ତି।

Share This Article