କ୍ରୀଡ଼ା ଶିକ୍ଷକ ନିଲମ୍ବିତ

Odisha Hot News
1 Min Read

ଭୁବନେଶ୍ଵର: ଝରିଗାଁ ବ୍ଳକ୍‌ ବାକଦାବେଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (ସିଆର୍‌ସିସି)ଙ୍କୁ ଡଙ୍ଗରିଗୁଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ପ୍ରମୋଥ ମଲ୍ଲିକ ମାଡ଼ ମାରିବା ଘଟଣାରେ ଶୁକ୍ରବାର ଡିଇଓ ଛତ୍ରପତି ସାହୁ ଚିଠି ନମ୍ବର ୧୯୦୪ ଅନୁଯାୟୀ କ୍ରୀଡ଼ା ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବନ ପରେ ତାଙ୍କୁ ଝରିଗାଁ ସରକାରୀ ପଞ୍ଚାୟତ ହାଇସ୍କୁଲରେ ଅବସ୍ଥାପିତ କରାଯାଇଛି।

ସୂଚନାନୁଯାୟୀ, ଏପ୍ରିଲ ୧ରେ ବାକଡ଼ାବେଡ଼ା କ୍ଲଷ୍ଟର ସିଆସିସି ଶୋଭାଚନ୍ଦ୍ର ପାଣ୍ଡେ କ୍ଲଷ୍ଟର କେନ୍ଦ୍ରରେ ବହି ବଣ୍ଟନ କରୁଥିଲେ। ଏହି ସମୟରେ କ୍ରୀଡ଼ା ଶିକ୍ଷକ ପ୍ରମୋଥ ହଠାତ୍ ଆସି ତାଙ୍କୁ ମାଡ଼ ମାରିଥିବା ନେଇ ଶୋଭାଚନ୍ଦ୍ର ପାଣ୍ଡେ ଗୁରୁବାର ଉମରକୋଟ ଥାନାରେ ଲିଖୂତ ଅଭିଯୋଗ କରିଥିଲେ। ଉମରକୋଟ ପୋଲିସ ୧୦୮/୨୫ରେ ମାମଲା ରୁଜୁ କରିଛି।

ଏସ୍‌ଇ ସୌମେନ୍ଦ୍ର କୁମାର ସେଠ ଘଟଣାର ତଦନ୍ତ କରୁଛନ୍ତି। କ୍ରୀଡ଼ା ଶିକ୍ଷକ ମଲ୍ଲିକ କିନ୍ତୁ ଘଟଣାରେ ସତ୍ୟତା ନାହିଁ ସିଆର୍‌ସିସିଙ୍କ ସହ କେବଳ କଥା କଟାକଟି ହୋଇଛି ବୋଲି ସେ କହିଛନ୍ତି।

Share This Article