ଐତିହ୍ୟ ଗଣ ଦୌଡ କଳାହାଣ୍ଡି ଜିଲ୍ଲାରେ ଅନୁଷ୍ଠିତ

Odisha Hot News
1 Min Read

କଳାହାଣ୍ଡି: ଓଡ଼ିଆ ପକ୍ଷ ପାଳନର ଅବସରରେ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ଜିଲ୍ଲା କ୍ରୀଡା ବିଭାଗ ଆନୁକୂଲ୍ୟରେ ଏକ ଐତିହ୍ୟ ଗଣ ଦୌଡ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ପତାକା ଦେଖାଇ ଶୁଭାରମ୍ଭ କରି ଓଡିଶାର ସଂସ୍କୃତି, ପରମ୍ପରା, ଓଡ଼ିଆର ଅସ୍ମିତା ତଥା ବିକଶିତ ଓଡିଶା ସ୍ବପ୍ନକୁ ପୂରଣ କରିବାପାଇଁ ସମସ୍ତେ ଦୌଡିବା ବୋଲି ମତ ପ୍ରକାଶ କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ଉପ – ଜିଲ୍ଲାପାଳ ଭବାନୀପାଟଣା, ପ୍ରଭାତ କୁମାର ପରିଡା, ଜିଲ୍ଲା ସଂସ୍କୃତି ଅଧିକାରୀ, ବିବେକାନନ୍ଦ ମହାନନ୍ଦ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ ମାନଙ୍କ ସହିତ ପ୍ରାୟ ୨୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ,ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ। ଏହି ଐତିହ୍ୟ ଗଣ ଦୌଡ ମା ମାଣୀକେଶ୍ୱରୀ ମନ୍ଦିରରୁ ବାହାରି ଘୋଡ଼ା ଘାଟ ଛକ ଠାରେ ସମ୍ପନ୍ନ ହୋଇଥିଲା।

Share This Article