ୱାକଫ ବିଲ ଭୋଟିଂ ବେଳେ କାହିଁକି ଅନୁପସ୍ଥିତ ରହିଲେ ସାଂସଦ ଦେବାଶୀଷ ସାମନ୍ତରାୟ, ଦେଲେ ବିସ୍ପୋରକ ବୟାନ

Odisha Hot News
1 Min Read

ଭୁବନେଶ୍ବର: ୱାକଫ ସଂଶୋଧନ ବିଲକୁ ନେଇ ଗୃହରେ ଯେପରି ଝଡ ସୃଷ୍ଟି ହୋଇଛି, ସେହିପରି ବିଜେଡି ଦଳ ଭିତରେ ମଧ୍ୟ ସୃଷ୍ଟି ହୋଇଛି ବିବାଦ। ଆଜି ଏହି ବିଲ୍ ପାଶ ନେଇ ଭୋଟିଂ ପୂର୍ବରୁ ବିଜେଡି ସାଂସଦଙ୍କ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତାହା ହେଲା ପୂର୍ବରୁ ସେ ବିଲକୁ ବିଜେଡି ବିରୋଧ କରିବବୋଲି କହୁଥିଲେ। ହେଲେ ପରେ କହିଲେ ଯେ, ବିବେକାନୁସାରେ ଭୋଟ ଦେବାକୁ ନିଷ୍ପତି ହୋଇଛି।

ଏପରି ପରିସ୍ଥିତିରେ ବିଜେଡି ସାଂସଦ ଦେବାଶୀଷ ସାମନ୍ତରାୟ ଭୋଟ ଦାନରୁ ବିରତି ରହିଥିଲେ। ସେ କହିଥିଲେ ଯେ, ଦଳର ଏପରି ନିଷ୍ପତି ମୁଁ ଠିକ ଭାବୁ ନାହିଁ। ସେଥିପାଇଁ ଭୋଟ ଦେବାକୁ ଇଚ୍ଛା ପ୍ରକାଶ କରିଲି ନାହିଁ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଦେବାଶୀଷ ଦଳର ନିଷ୍ପତିକୁ ନେଇ ଅସନ୍ତୁଷ୍ଠ ଅଛନ୍ତି। ଦଳ ଗୋଟିଏ ଦିନ ଭିନ୍ନ କଥା କହୁଥିବା ବେଳେ ଅନ୍ୟ ଦିନରେ ଅନ୍ୟ ଏକ କଥା କହୁଥିବାରୁ ଦେବାଶୀଷ ଅସନ୍ତୁଷ୍ଠ ହୋଇପଡିଛନ୍ତି।

ତେବେ ବିଜେଡିର ସାତଜଣ ସାଂସଦଙ୍କ ମଧ୍ୟରୁ ସସ୍ମିତ ପାତ୍ର ବିଲ ସପକ୍ଷରେ ଭୋଟ ଦେଇଛନ୍ତି ବୋଲି ସ୍ବୀକାର କରିଛନ୍ତି। ସେହିପରି ଅନ୍ୟମତ ସାଂସଦ ମୁନ୍ନା ଖାନ ବିଲ ବିରୋଧରେ ଭୋଟ ଦେଇଛନ୍ତି। ସୁଲତା ଦେଓ କାହାକୁ ଭୋଟ ଦେଇଛନ୍ତି ତାହା ଜଣାପଡି ନାହିଁ। ତେବେ ବିଜେଡିର ଏପରି ନିଷ୍ପତିକୁ ଦଳ ଭିତରେ ଏକ ଫାଟ ସୃଷ୍ଟି କରିଛି ବୋଲି ସ୍ପଷ୍ଟ ହୋଇଛି। କାରଣ ବିଜେଡି ସାଂସଦଙ୍କ ମଧ୍ୟରେ କୌଣସି ତାଳମେଳ ରହିଲା ନାହିଁ।

Share This Article