କଳା ସାହିତ୍ୟ ସଂସ୍କୃତିର ମହାକୁମ୍ଭ ଉଦନ୍ତୀ ମହୋତ୍ସବ ୨୦୨୫ ଉଦଯାପିତ

Odisha Hot News
1 Min Read

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ଉଦନ୍ତୀ ମହୋତ୍ସବର ମହା ସମାରୋହରେ ଉଦଯାପିତ। କମିଟିର ଉପଦେଷ୍ଟା ବୈଶମ୍ପାୟନ ମେହେର ସଭାରେ ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଓଡ଼ିଶ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇ କଳା ସାହିତ୍ୟ ସଂସ୍କୃତିକୁ ମହୋତ୍ସବ ଉଦଜୀବିତ କରେ ବୋଲି କହିଥିଲେ।

ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ,ପୁର୍ବତନ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ଯୋଗ ଦେଇଥିଲେ। ପାଳନ କମିଟି ସମ୍ପାଦକ ପ୍ରିୟରଞ୍ଜନ ମେହେର ସ୍ଵାଗତ ଅଭିଭାଷଣ ଦେଇଥିବା ବେଳେ ଧୃବ ଚରଣ ପ୍ରଧାନ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ, ତରୁଣ କୁମାର ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ। ରୁପେଶ କୁମାର ମେହେର ସମ୍ବର୍ଦ୍ଧନା ପ୍ରଦାନ କାର୍ଯକ୍ରମ ପରିଚାଳନା କରି ବିଶାଳ ହୃଦୟ ଅଧିକାରୀ ସମାଜସେବୀକା ସାବିତ୍ରୀ ମାଝୀ ଓ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଜିତୁ ମେହେର ବିବରଣୀ ପଠନ କରିଥିବା ବେଳେ ଖଗେଶ୍ବର ନିଆଲ ଓ ପ୍ରଭାତ କୁମାର ମେହେର ମାନପତ୍ର ପଠନ କରିଥଲେ। ସଙ୍ଗୀତଜ୍ଞ ତ୍ରୀନାଥ ମେହେରଙ୍କ ସ୍ୱର ସଂଯୋଜନାରେ ସ୍ଵର ସଂଗମ କଳା ପରିଷଦର କଳାକାରଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା।

Share This Article