ଆଜି ମହା ସରସ୍ଵତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ତାରାତାରିଣୀ 

Odisha Hot News
1 Min Read

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ ପ୍ରତ୍ୟେକ ବର୍ଷ ଚୈତ୍ର ପର୍ବର ୩ୟ ମଙ୍ଗଳବାର ପାଳିରେ ମା ମହା ସରସ୍ଵତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଗତ ରାତ୍ରୀ ଠାରୁ ଭକ୍ତଙ୍କ ପ୍ରବଳ ଭିଡ଼ ଜମି ରହିଛି। ଆଜି ରାତ୍ର ପ୍ରାୟ ୧.୩୦ ମିନଟ ରୁ ଦ୍ଵାର ଫିଟା ନୀତି ହୋଇଥିଲା। ପରେ ଅବକାଶ ନୀତି , ମାଜଣା, ମଙ୍ଗଳ ଆଳତି, ଶୃଙ୍ଗାର କରାଯାଇ ମା’ଙ୍କୁ ମହାସରସ୍ଵତୀ ବେଶରେ ସୁସଜ୍ଜିତ କରାଯାଇ ୪ .୨୦ ରେ ଶ୍ରାଣ ମେଲା କରାଯାଇ ଭକ୍ତଙ୍କୁ ଦର୍ଶନ ଦିଆଯାଉଛି।

ଗତ ରାତ୍ରିରୁ ହଜାର ହଜାର ଶ୍ରଦ୍ଧାଳୁ ଏବଂ ମାନସିକ ଧାରି ମା ଙ୍କ ପୀଠ ଠାରେ ପହଂଚିଛନ୍ତି। ମାନସିକ ଧାରୀ ପିଲାମାନଙ୍କୁ ମୁଣ୍ଡନ କରାଇ ମା ଙ୍କୁ ଦର୍ଶନ ଲାଗି ଧାଡ଼ିରେ ଛିଡ଼ା ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Share This Article