କେନ୍ଦୁଝରରେ ସହିଦ ରାଜକିଶୋର ମୁଣ୍ଡାଙ୍କ ଶେଷକୃତ୍ୟ ସମ୍ପନ୍ନ

Odisha Hot News
1 Min Read

ଭୁବନେଶ୍ଵର: ଅରୁଣାଞ୍ଚଳ ପ୍ରଦେଶ ତାୱାଙ୍ଗ ଠାରେ ବିହାର ରେଜିମେଣ୍ଟର ଷଷ୍ଠ ବାଟାଲିୟନର ହାବିଲଦାର କେନ୍ଦୁଝର ସଦର ବ୍ଲକ ନୂଆଗାଁର ବୀର ପୁଅ ରାଜକିଶୋର ମୁଣ୍ଡା କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଗତ ୨୯ ମାର୍ଚ୍ଚ ଦିନ ବୀରଗତି ପ୍ରାପ୍ତ ହୋଇଛନ୍ତି। ସହିଦଙ୍କ ମରଶରୀର ଭୂବନେଶ୍ୱରସ୍ଥିତ ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହିଦଙ୍କ ଶେଷ ଦର୍ଶନ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଅପରାହ୍ଣରେ ସହିଦ ରାଜକିଶୋର ମୁଣ୍ଡାଙ୍କ ମରଶରୀର କେନ୍ଦୁଝର ଆସି ପହଞ୍ଚିବା ପରେ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ଅବସରପ୍ରାପ୍ତ ସେନା କର୍ମଚାରୀ, ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ପରେ ସହିଦଙ୍କ ମରଶରୀରକୁ ପୈତୃକ ଗ୍ରାମ ନୂଆଗାଁକୁ ଶେଷକୃତ୍ୟ ନିମନ୍ତେ ନିଆଯାଇଥିଲା। ସହିଦ ରାଜକିଶୋର ମୁଣ୍ଡା ଅମର ରହେ ଧ୍ଵନିରେ ଚତୁଃର୍ଦିଗ ପ୍ରକମ୍ପିତ ହୋଇଉଠିଥିଲା।

ଜିଲ୍ଲାପାଳ ଵିଶାଲ ସିଂହ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ  କୁମାର ନାଗଭୂଷଣ, ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ, କେନ୍ଦୁଝର ସଦର ବିଡ଼ିଓ ବିନୋଦ କୁମାର ପଣ୍ଡା, ତହସିଲଦାର ଶୁଭେନ୍ଦୁ କୁମାର ସାହୁ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ତଥା ପୋଲିସ ଅଧିକାରୀଙ୍କ ସମେତ ଶହ ଶହ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହିଥିଲେ। ପୋଲିସ ପକ୍ଷରୁ ଵିଧି ଅନୁଯାୟୀ ତୋପ ସଲାମୀ ପ୍ରଦାନ କରାଯାଇଥିଲା।

Share This Article