ନବ ବିବାହିତାଙ୍କ ଆତ୍ମହତ୍ୟା

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ପୌରାଞ୍ଚଳ ଆଙ୍କୋରଡା ଅଞ୍ଚଳର ଦୀପିକା ରାଉଳ ନାମ୍ନୀ ଜଣେ ନବବିବାହିତା ମହିଳା ଶ୍ଵଶୁର ଘରେ ବିଷପାନ କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ହିଞ୍ଜିଳି ଥାନା ଅର୍ନ୍ତଗତ କୋଳିଦାସ ପୁର ଗ୍ରାମର ଶଙ୍କର ରାଉଳଙ୍କ ଝିଅ ଦୀପିକା ଗତ ଫେବୃୟାରୀ ୭ ତାରିଖ ଦିନ ହିଞ୍ଜିଳି ଶ୍ୟାମଳାଇ ମନ୍ଦିର ରେ ବୈଦିକ ରୀତିରେ ବାହା ହେଇଥିଲା।

କିନ୍ତୁ ବାହା ହେବାର ୧୦ ଦିନ ପରେ ଅଧିକ ଟଙ୍କା ଓ ସ୍ବର୍ଣ୍ଣ ଅଳଙ୍କାର ଆଣିବା ପାଇଁ ଶ୍ଵଶୁର ଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ମୃତ ଦୀପିକା ନିଜ ବାପା ଓ ଅଜା କଂଗ୍ରେସ ରାଉତକୁ କହୁଥିଲା ବୋଲି ଅଜା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଏହାର କିଛି ଦିନ ପରେ ଦୀପିକା ବିଷପାନ କରି ମର୍ମନ୍ତୁଦ ଅବସ୍ଥାରେ ଶ୍ଵଶୁର ଘରେ ପଡ଼ିଥିବା ବେଳେ ଶ୍ଵଶୁର ଘର ଲୋକେ ତାକୁ ଚିକିତ୍ସା ପାଇଁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହି ଘଟଣା କୁ ନେଇ ଅଜା କଂଗ୍ରେସ ରାଉତ ହିଞ୍ଜିଳି ଥାନା ରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ୨୫୨/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ସ୍ବାମୀ ପିଣ୍ଟୁକୁ ଥାନା ରେ ଅଟକ ରଖି ପଚରାଉଚରା କରୁଛନ୍ତିି ଓ ମୃତ ମହିଳାଙ୍କ ଶବ କୁ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।

Share This Article