ନୟାଗଡ଼ ରେଳ ଷ୍ଟେସନରେ କାର୍ଯ୍ୟକ୍ଷମ ହେଲା ଦୁଇ ଏଟିଭିଏମ ମେସିନ

Odisha Hot News
1 Min Read

ନୟାଗଡ଼: ଗତ ୨୦୧୭ ମସିହାରୁ ନୟାଗଡ଼ରେ ରେଳ ସେବା ଆରମ୍ଭ ହୋଇଥିବା ବେଳେ ଯାତ୍ରୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଥିଲେ ସୁଦ୍ଧା କେବଳ ଗୋଟିଏ ମାତ୍ର ଅଣ ସଂରକ୍ଷିତ ଟିକେଟ କାଉଣ୍ଟର ଥିବାରୁ ଯାତ୍ରୀମାନେ ଦୀର୍ଘ ସମୟ ଧରି ଲାଇନରେ ଛିଡ଼ା ହୋଇ ରହୁଥିଲେ। ଏ ନେଇ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଆଉ ଏକ ଅଣ ସଂରକ୍ଷିତ ଟିକେଟ କାଉଣ୍ଟର ନୟାଗଡ଼ ଟାଉନ ଷ୍ଟେସନରେ ଖୋଲିବା ପାଇଁ ରେଳ ବିଭାଗ ନିକଟରେ ବାରମ୍ବାର ଦାବି ହୋଇ ଆସୁଥିଲା।

ଏହି ଅବସରରେ ରେଳ ବିଭାଗ ପକ୍ଷରୁ ଷ୍ଟେସନରେ ଦୁଇଟି ସ୍ୱୟଂ ଚଳିତ ଟିକେଟ ଭେଣ୍ଡିଂ ମେସିନ ସ୍ଥାପନ କରାଯାଇଛି। ଏହା ଦ୍ୱାରା ଯାତ୍ରୀମାନେ ନିଜ ସୁବିଧା ଅନୁସାରେ ଏହି ମେସିନ ସାହାଯ୍ୟରେ ଯାତ୍ରାର ଯଥେଷ୍ଟ ପୂର୍ବରୁ ଅଣ ସରଂକ୍ଷିତ ଟିକେଟ ବୁକିଂ କରିପାରିବେ। ସ୍ଥାପନ କରାଯାଇଥିବା ଏହି ଭେଣ୍ଡିଂ ମେସିନ ଦୁଇଟି କାର୍ଯ୍ୟକ୍ଷମ ହୋଇଥିବା ବେଳେ ଯାତ୍ରୀମାନେ ଟିକେଟ କାଟି ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଛନ୍ତି।

Share This Article