ଭୁବନେଶ୍ବର: ଓରେରା ଅଧ୍ୟକ୍ଷ ଭାବେ ଗୋପାଳ ପଟ୍ଟନାୟକଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ପରବର୍ତ୍ତି ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ। ସେ ବର୍ତ୍ତମାନ ଓରେରାର ସଦସ୍ୟ ଅଛନ୍ତି। ଅଧ୍ୟକ୍ଷ ପଦ ଖାଲି ଥିବାରୁ ତାଙ୍କୁ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଓରେରା ଗଠନ ହେବା ବେଳଠାରୁ ଏହାର ଅଧ୍ୟକ୍ଷ ଥିଲେ ବରିଷ୍ଠ ଆଇଏଫଏସ ଅଧିକାରୀ ସିଦ୍ଧାନ୍ତ ଦାସ। ଏଥିସହିତ ସେ ସିଇସି ବା Central Empowered Committee ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ହେଲେ କେନ୍ଦ୍ରରେ ସେ ପୂର୍ଣ୍ଣକାଳୀନ କାମ ଆବଶ୍ୟକ ହେବାରୁ ଓରେରା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ରାଜ୍ୟ ସରକାର ନୂଆ ଅଧ୍ୟକ୍ଷ ନିଯୁକ୍ତି ପର୍ଯ୍ୟନ୍ତ ଗୋପାଳ ପଟ୍ଟନାୟକଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।
Comment