ବିଧାନସଭା ଭିତରକୁ ନ ଛାଡିବାରୁ ଗେଟ ବାହାରେ ଧାରଣା ଦେଲେ କଂଗ୍ରେସର ଦୁଇ ବିଧାୟକ

Odisha Hot News
1 Min Read

ଭୁବନେଶ୍ବର: ଆଜି ବିଧାନସଭା ପରିସରକୁ ଯିବା ପାଇଁ ଚେଷ୍ଠା କରୁଥିବା କଂଗ୍ରେସର ଦୁଇ ବିଧାୟକଙ୍କୁ ପୋଲିସ ଭିତରକୁ ଛାଡି ନାହିଁ। ଫଳରେ ବିଧାନସଭା ଗେଟ ଆଗରେ ଧାରଣା ଦେଲେ ଦୁଇ ବିଧାୟକ। ସେମାନେ ହେଲେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ଏବଂ ଉପନେତା ଅଶୋକ ଦାସ।

ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ସମସ୍ତ ବିଧାୟକଙ୍କୁ ବାଚସ୍ପତି ଗୃହରୁ ନିଲମ୍ବନ କରିଛନ୍ତି। ତା ସତ୍ବେ କଂଗ୍ରେସ ଏହି ଦୁଇ ବିଧାୟକ ଆଜି ଯିବା ପାଇଁ ଉଦ୍ୟମ କରୁଥିଲେ। ତେବେ ସେମାନେ ଗୃହ ଭିତରକୁ ଯାଇଥାଆନ୍ତେ କି ନାହିଁ ତାହା ଜଣାପଡି ନାହିଁ। ହେଲେ ବିଧାନସଭା ପରିସରକୁ ମଧ୍ୟ ସେମାନଙ୍କୁ ଯିବାକୁ ଦିଆଗଲା ନାହିଁ। ପୋଲିସ ବାରିକେଟ କରି ଗେଟ ସାମନାରେ ଉଭୟ ଅଟକାଇ ରଖିଲା। ଫଳରେ ସେମାନେ ରାସ୍ତାରେ ବସି ଧାରଣା ଦେଇଥିଲେ।

Share This Article