ଆକାଶରେ ଉଡାଣ ଆରମ୍ଭ କରିବ ଶଙ୍ଖ ବିମାନ, ଏହା କାହାର ? ଓଡିଶା ରାଜନୀତିରେ ଚର୍ଚ୍ଚା

Odisha Hot News
1 Min Read

ନୂଆଦିଲ୍ଲୀ: ଖୁବ ଶିଘ୍ର ଆକାଶରେ ଉଡାଣ ଭରିବ ଶଙ୍ଖ ଏୟାର ବିମାନ। ଶଙ୍ଖ ଆଭିଏସନ ପ୍ରାଇଭେଟ ଲିମିଟେଡର ଏହି ନୂଆ ବିମାନ କଂପାନୀ ତାହାର ବିମାନ ସେବା ଆରମ୍ଭ କରିବ। ଏଥିପାଇଁ କଂପାନୀ ଭାରତ ସରକାରଙ୍କର ଅନୁମତି ହାସଲ କରିସାରିଛି। ବର୍ତ୍ତମାନ ବଡ ବଡ ବିମାନ ସେବା କଂପାନୀ ବନ୍ଦ ହେବାକୁ ଯାଉଥିବା ବେଳେ ଶଙ୍ଖ ବିମାନ ଉଡିବା ନିଶ୍ଚିତ ଅଭିନନ୍ଦନୀୟ।

ତେବେ ଏହି ଶଙ୍ଖ ବିମାନକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଶେଷ କରି ଓଡିଶାରେ ଏହାକୁ ନେଇ ଟୁପୁରଟାପର ଆରମ୍ଭ ହୋଇଯାଇଛି। କାରଣ ଶଙ୍ଖ ହେଉଛି ବିଜେଡିର ଚିହ୍ନ। ବିଜେଡିର ଅଫିସର ନାମ ଶଙ୍ଖ ଭବନ। ଏପରି କ୍ଷେତ୍ରରେ ନୂଆ କରି ଶଙ୍ଖ ବିମାନ ସେବାର ଶୁଭାରମ୍ଭ ହେବାକୁ ନେଇ ବିଜେଡି ଉପରେ ସନ୍ଦେହ କରାଯାଇଛି। ପ୍ରଶ୍ନ ଉଠିଛି ଯେ, ଏହା କଣ ବିଜେଡିର କି ? ନା କୌଣସି ବିଜେଡି ନେତାଙ୍କର ?

ତେବେ ଘଟଣାଟି ତାହା ନୁହେଁ। ଶଙ୍ଖ ବିମାନ ସେବା ସହିତ ବିଜେଡିର କୌଣସି ସଂପର୍କ ନାହିଁ। ଏହା ହେଉଛି ଉତ୍ତର ପ୍ରଦେଶ ଲକ୍ଷ୍ନୌର ଏକ କଂପାନୀ। ଯାହାର ନାମ ରହିଛି ଶଙ୍ଖ ଆଭିଏସନ ପ୍ରାଇଭେଟ ଲିମିଟେଡ। ଏହି କଂପାନୀର ଅଧ୍ୟକ୍ଷ ହେଉଛନ୍ତି ଶ୍ରବଣ କୁମାର ବିଶ୍ବକର୍ମା। ସେ ଏକ ନୂଆ କଂପାନୀ କରି ଭାରତରେ ବିମାନ ସେବା ଆରମ୍ଭ କରିବେ ବୋଲି ଲାଇସେନସ ପାଇଁ ଆବେଦନ କରିଛନ୍ତି। ଯାହା ମଂଜୁର ହୋଇଛି।

ସୂଚନା ଅନୁସାରେ ଭାରତ ସରକାର ତିନୋଟି ନୂଆ ଏୟାରଲାଇନସ କୁ ଅନୁମତି ପ୍ରଦାନ କରିଛନ୍ତି। ସେଗୁଡିକ ହେଲା ଶଙ୍ଖ ଏୟାର, ଏୟାର କେରଳ ଏବଂ ଅଲହିନ୍ଦ ଏୟାର। ଏହି ତିନୋଟି ନୂଆ ବିମାନ କଂପାନୀ ଆସନ୍ତା ମାସରେ ସେମାନଙ୍କ ଉଡାଣ ଆରମ୍ଭ କରିବେ ବୋଲି ଜଣାପଡିଛି।

Share This Article