ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ରାଜ୍ୟ ସରକାର ଦେଲେ ପୁରସ୍କାର, ମିଳିଲା ନୂଆ ଦାୟିତ୍ବ

Odisha Hot News
1 Min Read

ଭୁବନେଶ୍ବର: ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ମିଳିଲା ନୂଆ ଦାୟିତ୍ବ। ତାଙ୍କୁ ରାଜ୍ୟ ସରକାର ପୁରସ୍କାର ଦେଇଛନ୍ତି। ତାଙ୍କୁ ମୋହନ ସରକାର ଓଇଆରସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଏହି ପଦବୀରେ ପୂର୍ବରୁ ଅନ୍ୟତମ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେ ଏହି ପଦ ଛାଡିବା ପରେ ତାହା ଖାଲି ପଡିଥିଲା।

ପ୍ରଦୀପ ଜେନା ନୂଆ ସରକାର ଶପଥ ନେବା ବେଳେ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିଲେ। ଏହାପରେ ସେ ଅବସର ଗ୍ରହଣ କରିଥିଲେ। ସେ ପୂର୍ବରୁ ଶକ୍ତି ବିଭାଗର ଶାସନ ସଚିବ ଥିବା ବେଳେ ବିଦ୍ୟୁତ କ୍ଷେତ୍ରରେ ବହୁ ପରିବର୍ତ୍ତନ ଆଣିଥିଲେ। ବାତ୍ୟା ସମୟରେ ବିଦ୍ୟୁତ ସଂଯୋଗ କିପରି ଶିଘ୍ର କରାଯାଇ ପାରିବ ସେ ତାହା ନିଜେ ତଦାରଖ କରୁଥିଲେ।

ଏପରିିକି ଟାଟା ପାୱାର କୌଣସି କ୍ଷେତ୍ରରେ ଅବହେଳା କଲେ ତାହାକୁ ସେ ତୁରନ୍ତ ନିଜର ଟୁଇଟ ମାଧ୍ୟମରେ ଅଭିଯୋଗ କରୁଥିଲେ। ବର୍ତ୍ତମାନ ଓଡିଶା ବିଦ୍ୟୁତ ନିୟମାଙ୍କ ଆୟୋଗର ଅଧ୍ୟକ୍ଷ ହେଲେ ଏହି କ୍ଷେତ୍ରରେ ବେଶ କିଛି ଉନ୍ନତି ଆସିବ ବୋଲି ଆଶା କରାଯାଉଛି।

Share This Article