ଗଣିତ-ବିଜ୍ଞାନ ପ୍ରଦର୍ଶନୀ, ଶିକ୍ଷଣ ସାମଗ୍ରୀ କର୍ମଶାଳା ଓ ‘ଆମ ସଂସ୍କୃତି ଆମ ଖେଳନା’ କାର୍ଯ୍ୟକ୍ରମ ଅନୁଷ୍ଠିତ

Odisha Hot News
1 Min Read

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକର ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଗଣିତ-ବିଜ୍ଞାନ ପ୍ରଦର୍ଶନୀ ମେଳା, ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଓ ‘ଆମ ସଂସ୍କୃତି ଆମ ଖେଳନା’ କାର୍ଯ୍ୟକ୍ରମ ଉତ୍ସାହମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଶିକ୍ଷବିତ ଲକ୍ଷ୍ମୀଧର ସାହୁ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଗୌରାଙ୍ଗପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଦେଶିନୀ ପତି ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ସାଧନ କେନ୍ଦ୍ର ସଂଯୋଜକ ସୁଧାକର ମିଶ୍ର ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣା ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ଏହି ଅବସରରେ, ଗଣିତ-ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀମାନେ ନିଜର କୌଶଳ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଚତୁର୍ଥ ଶ୍ରେଣୀର ସୋମ୍ୟ ରଞ୍ଜନ ରଣା ପ୍ରଥମ ସ୍ଥାନ, ପଞ୍ଚମ ଶ୍ରେଣୀର ସ୍ୱୟଂଶ୍ରୀ ରାଣସିଂହ ଦ୍ୱିତୀୟ ସ୍ଥାନ ଓ ଦ୍ଵିତୀୟ ଶ୍ରେଣୀର ଆୟୁଷ୍ମାନ ତ୍ରିପାଠୀ ତୃତୀୟ ସ୍ଥାନ ଅଧିକୃତ କରିଥିଲେ।

ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା ଓ ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ କାର୍ଯ୍ୟକ୍ରମ ସଫଳ କରିବାରେ ଅହମ୍ ଭୂମିକା ନିବାହନ କରିଥିଲେ।

ଏହି ଆୟୋଜନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ, ପରିଚାଳନା ସଦସ୍ୟସଦସ୍ୟା, ଅଭିଭାବକ ଓ ଗ୍ରାମବାସୀମାନେ ଉତ୍ସାହର ସହ ଯୋଗଦେଇଥିଲେ।

Share This Article