ଜଙ୍ଗଲ ନିଆଁ ନିରାକରଣ ଓ ସଚେତନତା ଅଭିଯାନ ସମ୍ପର୍କିତ ତାଲିମ

Odisha Hot News
1 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ଖଣ୍ଡିୟ ବନ ଉନ୍ନୟନ ନିଗମ ଲିଃ ରେଢ଼ାଖୋଲ ତରଫରୁ ଆଜି ଖଣ୍ଡିୟ ବନ ଉନ୍ନୟନ କାର୍ଯ୍ୟାଳୟ ଠାରେ ଜଙ୍ଗଲ ନିଆଁ ନିରାକରଣ ଓ ସଚେତନତା ଅଭିଯାନ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ସହିତ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ ଓ କର୍ମଚାରୀଙ୍କ କ୍ଷମତା ଏବଂ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ଅତିଥିମାନେ ଜଙ୍ଗଲକୁ କିପରି ନିଆଁ ପ୍ରକୋପରୁ ରକ୍ଷା କରାଯାଇପାରିବ ସେଥିପାଇଁ ସଚେତନତାକୁ ଗୁରୁତ୍ୱାରୋପ କରିବା ସହିତ କିପରି ଏହି ସଚେତନତା ବାର୍ତ୍ତାକୁ ତୃଣମୂଳ ସ୍ଥରରେ ପ୍ରତ୍ୟେକ ବ୍ୟକ୍ତି ପାଖରେ ପହଂଚିବ ସେଥିପାଇ ଧ୍ୟାନ ଦିଆଯାଇଛି। ଏହା ସହିତ ନିଆଁ ଜଳାଉଥିବା ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତିଥି ମାନେ ମତପୋଷଣ କରିଛନ୍ତି। ଏହା ସହିତ ବିଭିନ୍ନ ରେଞ୍ଜ ଅଫିସର ରେଞ୍ଜର ଏବଂ ଡେପୁଟି ରେଞ୍ଜର ମାନେ ନିଜ ଅଭିଜ୍ଞତା ଉପସ୍ଥାପନ କରିଥିଲେ।

ବୈଠକରେ ଅତିଥି ମାନଙ୍କ ମଧ୍ୟରେ ରେଢ଼ାଖୋଲ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ଶିବରାମ ସାହୁ,ରେଢ଼ାଖୋଲ ବନ ଉନ୍ନୟନ ଲିଃ ର ଖଣ୍ଡିୟ ପରିଚାଳକ ଅଜୟ କୁମାର ସାହୁ, ଏସିଏଫ ରେଢ଼ାଖୋଲ ଏସକେ ମେହେରବାନ ଅଲ୍ଲୀ,ପୂର୍ବତନ ରେଞ୍ଜ ଅଫିସର ପ୍ରମୋଦ ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ। କାର୍ଯ୍ୟାଳୟର କର୍ମଚାରୀ ଚିତ୍ରସେନ ଜେନା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରୋତସ୍ୱନୀ ମଙ୍ଗରାଜ ସଭାରେ ମଞ୍ଚ ପରିଚାଳନା କରିଥିଲେ।

Share This Article