ସ୍ବାମୀ ପରିତ୍ୟକ୍ତା ମହିଳାଙ୍କ ସହ ବନ୍ଧୁ ସମ୍ପର୍କ ରଖି ଦୁଷ୍କର୍ମ: ଗିରଫ ହେଲା ଅଭିଯୁକ୍ତ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅଞ୍ଚଳର ଜନୈକା ସ୍ବାମୀ ପରିତ୍ୟକ୍ତା ମହିଳାଙ୍କ ସହ ବଂଧୁ ସମ୍ପର୍କ ରଖି ପରବର୍ତ୍ତୀ ସମୟରେ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଆତ୍ମସନ୍ତୋଷ ଲାଭ କରିଥିବା ଯୁବକ ଆକାଶ ନାୟକକୁ ରାୟଗଡ଼ା ରୁ ଉଠାଇ ଆଣି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତ ଆକାଶ କୌଣସି ଏକ ଭୋଜି କାର୍ଯ୍ୟରେ ଉକ୍ତ ପୀଡିତା ମହିଳା ଙ୍କ ସହ ସମ୍ପର୍କରେ ଆସିଥିଲା ଓ ଶାରୀରିକ ସମ୍ପର୍କ ରଖିଥିଲା।

ପରବର୍ତ୍ତୀ ସମୟରେ ପୀଡ଼ିତା ମହିଳା ବିବାହ ପାଇଁ ଜିଦ୍ କରିବାରୁ ଆକାଶ ସେହି ଦିନଠାରୁ ଚମ୍ପଟ୍ ମାରିଥିଲା। ମହିଳା ଜଣଙ୍କ ବାପା ଘରକୁ ଯାଇ କିଛି ଦିନ ପରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ନଂ ୭୭/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଅଭିଯୁକ୍ତ କୁ ଗିରଫ କରିବା ପାଇଁ ଏକ ଟିମ ଗଠନ କରି ଅଭିଯୁକ୍ତ କୁ ରାୟଗଡା ରୁ ଉଠାଇ ଆଣି ଜେରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି।

Share This Article