ଓଡିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ନୟାଗଡ କଣ୍ଟିଲୋରେ ନୀଳମାଧବଙ୍କୁ କଲେ ଦର୍ଶନ

Odisha Hot News
1 Min Read

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଆଜି ନୟାଗଡରେ ପହଞ୍ଚିଛନ୍ତି। ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ ସ୍ବତନ୍ତ୍ର ହେଲିକାପ୍ଟରରେ ନୟାଗଡ ଯାଇଥିଲେ। ସେଠାରେ ସେ କଣ୍ଟିଲୋସ୍ଥିତ ନୀଳମାଧବଙ୍କୁ ଦର୍ଶନ କରିଥିଲେ। ଏଥିସହିତ ବିଶ୍ବାବସୁଙ୍କ ଜନ୍ମପିଠ ବୁଲିଥିଲେ।

ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ହରିବାବୁ କୁମ୍ଭମପତି, ବାଚସ୍ପତି ସୁରମା ପାଢୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଥିଲେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆଜି ରାଷ୍ଟ୍ରପତି ନୟାଗଡରୁ ଫେରି ଭୁବନେଶ୍ବର ଆସିବେ। ସେ ରାଜଭବନରେ ରାତ୍ରୀ ଯାପନ କରିବା ପରେ ଆସନ୍ତାକାଲି ସକାଳେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

Share This Article