ଅଶ୍ଳିଳ ଫଟୋ ଭାଇରାଲ କରିବା ନେଇ ଦେଉଥିଲା ଧମକ, ନାଇଜେରିଆ ନାଗରିକକୁ ଧରିଲା କଟକ ପୋଲିସ

Odisha Hot News
1 Min Read

TheSamikhsya: କଟକ କମିଶନରେଟ ପୋଲିସ ଆଜି ନୂଆଦିଲ୍ଲୀରୁ ଜଣେ ନାଇଜେରିଆ ନାଗରିକକୁ ଗିରଫ କରିଛି। ଲୋକାଲ ପୋଲିସ ସହାୟତାରେ ଦିଲ୍ଲୀର ଉତ୍ତମନଗରରୁ ତାକୁ ଗିରଫ କରାଯାଇଛି। ପୋଲିସ ତା ନିକଟରୁ ଗୋଟିଏ ଲାପଟପ୍, ୫ଟି ମୋବାଇଲ, ୮ ସିମ୍ କାର୍ଡ ସହ ଲଣ୍ଡନରେ ବ୍ୟବହୃତ ସିମକାର୍ଡ ଜବତ କରିଛି।

ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତର ଡାଟାବେସରେ ରହିଛି ହାଇପ୍ରୋଫାଇଲ ମହିଳାଙ୍କ ଫଟୋ । ଲ୍ଯାପଟପରେ ବିଭିନ୍ନ ଦେଶର ୩ହଜାର ନାଗରିକଙ୍କ ମୋବାଇଲ ନମ୍ବର ଏବଂ ସେମାନଙ୍କର ପ୍ରୋଫାଇଲ ଥିବା ପୋଲିସ ଜାଣିବାକୁ ପାଇଛି । ଏହା ମାଧ୍ୟମରେ ସେ ବିଭିନ୍ନ ମହିଳାଙ୍କୁ ଠକୁଥିବାର ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, କଟକ ଦରଘାବଜାରରେ ଜଣେ ମହିଳା ଡାକ୍ତରଙ୍କୁ ଏହି ବ୍ୟକ୍ତି ବ୍ଲାକ ମେଲ କରୁଥିଲା। ତାଙ୍କ ମୋବାଇଲ ନମ୍ବରକୁ ଫୋନ କରି ତାଙ୍କର ଅଶ୍ଲିଳ ଫଟୋ ଭାଇରାଲ କରିଦେବ ବୋଲି ଧମକ ଦେଉଥିଲା। ଏହି ଧମକ ପରେ ସେହି ମହିଳା ଜଣଙ୍କ ତାଙ୍କୁ ଟଙ୍କା ଦେଇଥିଲେ। ହେଲେ ପରେ ପୁଣି ସେ ଟଙ୍କା ମାଗିଥିଲା।

ହେଲେ ସେ ନ ଦେବାରୁ ତାଙ୍କର କେତେକ ଫଟୋ ଭାଇରାଲ କରିଦେଲା। ମାନସିକ ସ୍ତରରେ ମହିଳା ଜଣକ ଶେଷରେ ଆତ୍ମହତ୍ୟା କରିଦେଲେ। ଏହାକୁ ନେଇ ତାଙ୍କ ପରିବାର ଲୋକ ଥାନାରେ ଏତଲା ଦେଲେ। ପୋଲିସ ଖୋଳତାଡ କରିବା ପରେ ନାଇଜେରିଆ ନାଗରିକକୁ ନୂଆଦିଲ୍ଲୀରୁ ଗିରଫ କରିଛି। ତାକୁ ରିମାଣ୍ଡରରେ ଆଣି ଏ ନେଇ ଅଧିକ ତଦନ୍ତ କରାଯିବ ବୋଲି ଜଣାପଡିଛି।

Share This Article