ଶ୍ରୀରାମ ନବମୀ ପୂର୍ବରୁ ଭଦ୍ରକରେ ‘‘ମାତୃଭୂମି ପାଇଁ ଗଣ ଦୌଡ଼’’ କାର୍ଯ୍ୟକ୍ରମ

Odisha Hot News
1 Min Read

ଭଦ୍ରକ: ଭଦ୍ରକରେ ଶ୍ରୀରାମ ନବମୀ ପୂର୍ବରୁ ‘‘ମାତୃଭୂମି ପାଇଁ ଗଣ ଦୌଡ଼’’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସହରର କଚେରି ବଜାରସ୍ଥିତ ମାଆ ତାରିଣୀ ମନ୍ଦିର ସମ୍ମୁଖରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ପୂଜାର୍ଚ୍ଚନା କରିବା ପରେ ଗଣ ଦୌଡ଼ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଏହି ଗଣଦୌଡ଼ ସାଳନ୍ଦୀ ବାଇପାସ୍ ଦେଇ ଶ୍ରୀ ଜଗନ୍ନାଥ ଭଦ୍ରେଶ୍ଵର ମନ୍ଦିରରେ ପହଞ୍ଚି ଥିଲା। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ଓ ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହୋଇଥିଲେ। ଦେଶର ଏକତା, ଅଖଣ୍ଡତା, ଭାତୃଭାବ, ସଂସ୍କୃତି ପରମ୍ପରାକୁ ବଜାୟ ରଖିବା ପାଇଁ ସମସ୍ତଙ୍କୁ ସଚେତନ କରାଯାଇଥିଲା।

Share This Article