ପାଟଧରା ଘଞ୍ଚ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ

Odisha Hot News
1 Min Read

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ପୋଲିସ ଥାନା ଅଧୀନସ୍ଥ ପାଟଧରା ଘଞ୍ଚ ଜଙ୍ଗଲରେ ମାଓ ଉପସ୍ଥିତ ସୂଚନା ପାଇ ବିଭାଗ ପକ୍ଷରୁ ସର୍ଚ୍ଚ ଆରମ୍ଭ କରିଥିଲେ। ଏକ ମିଳିତ ଯୁଗ୍ମ ସର୍ଚ୍ଚ ଅପରେସନ ଜାରି କରିଥିଲେ। ସିଆରପିଏଫ୍ ଯବାନ, ଡିଭିଏଫ କମ୍ବିଙ୍ଗ ଯବାନ ଶନିବାର ଦିନ ୧୧ ଘଣ୍ଟା ସମୟେରେ ମାଓ କେମ୍ପ ଠାବ କରି ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି।

ପାଟଧରା ନିକଟସ୍ଥ ଛତାପାନି ଗ୍ରାମ ଜଙ୍ଗଲରେ ମାଓବାଦୀଙ୍କ କେମ୍ପ ମିଳିଥିବା ପ୍ରେସ ନୋଟ ରେ ଉଲ୍ଲେଖ ରହିଅଛି। ଗୋଟିଏ ହାତ ତିଆରି ବନ୍ଧୁକ, ୧ ଗୋଟି ରକ୍ତଚାପ ପରୀକ୍ଷା ଯନ୍ତ୍ର, ୧ ଗୋଟି ଏକ୍ସିପଡ ବ୍ୟାଟ୍ରିକ, ୨ ଗୋଟି ସୌର ପେନାଲ, ୧ ଗୋଟି ପ୍ରେସର୍ କୁକର,୨ ଗୋଟି ଟର୍ଚ୍ଚ ଲାଇଟ୍, କିରାନା ସାମଗ୍ରୀ, ହିନ୍ଦୀ କେଲେଣ୍ଡର, ରନ୍ଧା ସାମଗ୍ରୀ, ସାଧାରଣ ପୋଷାକ, ପେନସିଲ ବ୍ୟାଟ୍ରିକ, ବିଦ୍ୟୁତ୍ ଏକ୍ସଟେନସନ୍ ବୋର୍ଡ ସହ ବହୁ ସାମଗ୍ରୀ ମିଳିଅଛି। ନୂଆପଡ଼ା ପୋଲିସ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।

Share This Article