କାଳବୈଶାଖୀ ବର୍ଷାରେ ବ୍ରହ୍ମପୁର ସହରରେ ବନ୍ୟା ପରିସ୍ଥିତି, ଘରେ ପଶିଲା ପାଣି, ଅଗ୍ନିଶମ କର୍ମଚାରୀ ମୁତୟନ

Odisha Hot News
1 Min Read

ବ୍ରହ୍ମପୁର: ଆଜି କାଳ ବୈଶାଖୀ ଯୋଗୁଁ ବ୍ରହ୍ମପୁର ସହର ଅବସ୍ଥା ବେହାଲ ହୋଇଯାଇଛି। ପ୍ରାୟ ଅଢେଇ ଘଣ୍ଟା ଧରି ବର୍ଷା ଛେଚିବା ସହିତ ଘଡଘଡି ପବନ ଯୋଗୁଁ ଏପରି ଅବସ୍ଥା ହୋଇଯାଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବା ସହିତ ଘରେ ପାଣି ପଶିଯାଇଛି। ଏପରିକି ଜଣେ ଭିନ୍ନକ୍ଷମ ବ୍ୟକ୍ତି ଡ୍ରେନ ପାଣିରେ ଭାସି ଯାଉଥିବା ବେଳେ ଅଗ୍ନଶମ କର୍ମଚାରୀ ଉଦ୍ଧାର କରିଛନ୍ତି।

ସେହିପରି ବିଭିନ୍ନ ସ୍ଥାନରେ ପାଣି ଜମି ରହିବାରୁ ବନ୍ୟା ପରିସ୍ଥିତି ଭ୍ରମ ସୃଷ୍ଟି ହୋଇଛି। ଏପରିକି ବ୍ରହ୍ମପୁରର କେତେକ ସ୍କୁଲ ଘରେ ପାଣି ପଶିଯାଇଛି। ସେତିକି ନୁହେଁ ବ୍ରହ୍ମପୁର ମେଡିକାଲରେ ମଧ୍ୟ ପାଣି ପଶିଯାଇଛି। ଫଳରେ ଅଗ୍ନିଶମ କର୍ମଚାରୀମାନେ ଯୁଦ୍ଧ କାଳୀନ ଭିତ୍ତିରେ ସେଠାରେ ମଟର ଲଗାଇ ପାଣି ନିଷ୍କାସନ କରୁଛନ୍ତି।

Share This Article