ବିଧାନସଭାରେ ଦେବେନ୍ଦ୍ର ଶର୍ମାଙ୍କ ପାର୍ଥିବ ଶରୀର, ଶେଷ ଦର୍ଶନ କଲେ ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ବର: ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କୁ ବିଧାନସଭାରେ ଶେଷ ଦର୍ଶନ କଲେ ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀ। ଆଜି ସକାଳେ ବିଧାନସଭା ପରିସରରେ ତାଙ୍କର ପାର୍ଥିବ ଶରୀର ପହଞ୍ଚିବା ପରେ ତାଙ୍କୁ ବିଧାନସଭା ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଏଥିରେ ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି, କଂଗ୍ରେସ ଓ ବିଜେପି ସଦସ୍ୟମାନେ ଶେଷ ଦର୍ଶନ କରିଥିଲେ। ଏଥିସହିତ ତାଙ୍କୁ ବିଧାନସଭା ପରିସରରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି।

ସେ ୨୦୧୪ ମସିହାରେ ନିର୍ବାଚନରେ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ସେ ସେତେବେଳେ ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବଙ୍କୁ ହରାଇ ଦେଇଥିଲେ। ୨୦୨୪ ନିର୍ବାଚନରେ ତାଙ୍କର ଝିଅ ଡାକ୍ତର ଦେବସ୍ମିତା ଶର୍ମା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ। ସେ ବିଜେଡିର ପ୍ରତାପ ଦେବଙ୍କଠାରୁ ହାରିଯାଇଥିଲେ। ଦେବେନ୍ଦ୍ର କେନ୍ଦ୍ରାପଡା ରାଜନୀତିରେ କଂଗ୍ରେସ ପାଇଁ ଥିଲେ ବଡ ସଂଗଠକ। ସେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ସଭାପତି ମଧ୍ୟ ଥିଲେ। ଆଜି ତାଙ୍କର ଶେଷକୃତ୍ୟ ଆଳିରେ କରାଯିବ ବୋଲି ଜଣାପଡିଛି।

Share This Article