ଉନମୋଚିତ ହେଲା ବରିଷ୍ଠ ସାମ୍ବାଦିକ ଅପୂର୍ବ ମହାନ୍ତିଙ୍କ ପୁସ୍ତକ ‘ମୁଁ ବି ମାଓବାଦୀ! ‘

Odisha Hot News
1 Min Read

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ଅପୂର୍ବ ମହାନ୍ତିଙ୍କ ଲିଖିତ ପୁସ୍ତକ “ମୁଁ ବି ମାଓବାଦୀ !” ଉନମୋଚିତ ହୋଇ ଯାଇଛି। ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବାଦର ଅଧ୍ୟକ୍ଷ ସୌମରଂଜନ ପଟ୍ଟନାୟକ ପୁସ୍ତକକୁ ଉନମୋଚିତ କରିଥିଲେ। ଏଥିରେ ବରିଷ୍ଠ ସାମ୍ବାଦିକ ସଂପଦ ମହାପାତ୍ର, ସିପିଆଇ ନେତା ସନ୍ତୋଷ ଦାସ ଏବଂ ଅଧ୍ୟାପକ ବିଶ୍ବରଂଜନ ଯୋଗଦେଇ ପୁସ୍ତକକୁ ଉନମୋଚିତ କରିଥିଲେ।

ଇଟିଭି ଓଡିଆ ନ୍ୟୁଜ ଚ୍ୟାନେଲରେ ଅପୂର୍ବ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ବହୁବାର ମାଓ ଆକ୍ରମଣ ଉପରେ ରିପୋର୍ଟିଂ କରିଛନ୍ତି। ଏପରିକି ଘଞ୍ଛ ଜଙ୍ଗଲକୁ ଯାଇ ମାଓନେତା ସବ୍ୟସାଚୀଙ୍କ ସାକ୍ଷାତକାର ମଧ୍ୟ ନେଇଛନ୍ତି। ସେ ସବୁ ଅଭିଜ୍ଞତାକୁ ପାଥେୟ କରି ସେ ରଚନା କରିଛନ୍ତି ଏହି ପୁସ୍ତକ ମୁଁ ବି ମାଓବାଦୀ। ଏଥିସହିତ ଏହି ଉତ୍ସବରେ ଲେଖିକା ସୁଜାତା ମହାନ୍ତିଙ୍କ ଲିଖିତ ଆଧ୍ୟାତ୍ମିକ ପୁସ୍ତକ “ଚୁନା ଚୁନା ଫୁଲ’ ମଧ୍ୟ ଉନମୋଚିତ ହୋଇଥିଲା।

Share This Article