ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୦ତମ କ୍ରୀଡା ଉତ୍ସବ ଉଦଘାଟିତ

Odisha Hot News
1 Min Read

ଭୁବନେଶ୍ୱର: ଖେଳକୁଦ ଦ୍ଵାରା କେବଳ ଶାରୀରିକ ବିକାଶ ନୁହେଁ ବୌଦ୍ଧିକ ବିକାଶ ବି ସମ୍ଭବପର ହୋଇଥାଏ। ଖେଳାଳି ନିଜେ ଦେଖିଥିବା ସ୍ଵପ୍ନକୁ ସାକାର କରିବାପାଇଁ ତା’ର ସାମର୍ଥ୍ୟ ଉପଯୋଗ କରି ସଫଳତା ହାସଲ କରିଥାଏ ବୋଲି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ମତବ୍ୟକ୍ତ କରିଛନ୍ତି। ଆଜି ପ୍ରତିଷ୍ଠାନର ଖେଳ ପଡିଆରେ ଦୁଇଦିନିଆ ୬୦ତମ କ୍ରୀଡା ଉତ୍ସବକୁ ଉଦଘାଟନ କରି ସେ କହିଲେ ଯେ, କ୍ରୀଡା ଓ କ୍ରୀଡାବିତ ସର୍ବଦା ସମାଜକୁ ଶୃଙ୍ଖଳିତ କରିଥାନ୍ତି। କ୍ରୀଡା ଉତ୍ସବର ପ୍ରାରମ୍ଭରେ ଛାତ୍ର ପରିଷଦର ଉପଦେଷ୍ଟା ପ୍ରଫେସର ଲକ୍ଷ୍ମୀଧର ବେହେରା ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିଲେ।

କ୍ରୀଡା ଉତ୍ସବର ସଂଯୋଜକ ପ୍ରଫେସର ରାମାକାନ୍ତ ମାହାଳିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଫେସର ରୀତାଞ୍ଜଳି ଦାଶ, ଡ଼ ସୌରଭ କାପୁର, ଡ଼ କଳିଙ୍ଗ କେତକୀ, ଡ଼ ବେଦପ୍ରକାଶ ବର୍ମା ଓ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାଗଣ ଉପସ୍ଥିତ ରହି ପ୍ରତିଭାଗୀଙ୍କୁ ଉତ୍ସାହିତ କରିଥିଲେ। ପ୍ରତିଷ୍ଠାନର କ୍ରୀଡା ଶିକ୍ଷକ ବୃନ୍ଦାବନ ଭୋଇ ଓ ଅଧ୍ୟାପକ ଡ଼କେତୁଲ କୁମାର ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ସଂଯୋଜନା କରୁଅଛନ୍ତି। ଏହି ସମାରୋହରେ ପୁରାତନ ଛାତ୍ର ସଂସଦର ସଭାପତି ଡ଼ ହାଡିବନ୍ଧୁ ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ। କାର୍ଯ୍ୟକାରୀ ପ୍ରଶାସନିକ ଅଧିକାରୀ ସୁଶାନ୍ତ କୁମାର ରାଉତ, ଅନୁଭାଗ ଅଧିକାରୀ ଅଶୋକ କୁମାର ବଳିଆରସିଂହ ଓ ଅନାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ପ୍ରକାଶଥାଉକି, ଆସନ୍ତାକାଲି (୨୧.୦୩.୨୦୨୫) ଉଦଯାପନୀ ଉତ୍ସବରେ ପ୍ରସିଦ୍ଧ ପାରା ଅଲମ୍ପିଆନ ପଦ୍ମଶ୍ରୀ ପ୍ରମୋଦ ଭଗତ ମୁଖ୍ୟଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।

Share This Article