ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ଭୁଲ ନ ଥିଲା, ଉତ୍ତର ରଖିଲେ ଡ୍ରିମ ଗାର୍ଲ ହେମାମାଳିନୀ

Odisha Hot News
1 Min Read

ଭୁବନେଶ୍ବର: ଡ୍ରିମ ଗାର୍ଲ ହେମାମାଳିନୀଙ୍କ ଶ୍ରୀମନ୍ଦିର ପ୍ରବେଶ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ସେ ମୁସଲିମଙ୍କୁ ବିବାହ କରିଥିବାରୁ ଶ୍ରୀମନ୍ଦିରକୁ ପ୍ରବେଶ କରିବା ଅନୁଚିତ ବୋଲି ଅଭିଯୋଗ କରାଗଲା। ଯାହାକୁ ନେଇ ଜଗନ୍ନାଥ ସେନା ତରଫରୁ ଥାନାରେ ମଧ୍ୟ ଏଫଆଇଆର ଦିଆଯାଇଛି।

ଏହି ବିବାଦ ଭିତରେ ହେମା ମାଳିନୀ ତାଙ୍କର ଉତ୍ତର ରଖିଛନ୍ତି। ସେ ପୁରୀ ଜିଲ୍ଲା ପ୍ରଶାସନକୁ ଏକ ମେଲ ଲେଖି ଏହାର ଉତ୍ତର ଦେଇଛନ୍ତି। ହେମା ଲେଖିଛନ୍ତି ଯେ, ମୁଁ ହିନ୍ଦୁ, ବର୍ତ୍ତମାନ ମଧ୍ୟ ହିନ୍ଦୁର ସମସ୍ତ ନୀତିନିୟମ ପାଳନ କରି ରହିଛି। ତେଣୁ ଶ୍ରୀମନ୍ଦିର ପ୍ରବେଶ କୌଣସି ଭୁଲ ନ ଥିଲା। ପୂର୍ବରୁ ମଧ୍ୟ କେତେଥର ଶ୍ରୀମନ୍ଦିର ଯାଇଛି। ହେଲେ ସେତେବେଳେ କିଛି ବିବାଦ ହୋଇ ନ ଥିଲା ବୋଲି ହେମା ଉଲ୍ଲେଖ କରିଛନ୍ତି।

Share This Article