ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ: ୧୩୦ ହିତାଧିକାରୀଙ୍କୁ ପମ୍ପସେଟ୍ ବଣ୍ଟନ

Odisha Hot News
1 Min Read

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଯୋଜନା ପକ୍ଷରୁ ଚାଷୀଙ୍କୁ ପାଣି ପମ୍ପ ପ୍ରଦାନ କରାଯାଇଛି। ନବରଙ୍ଗପୁର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ରଜୀବ କୁମାର ସାହୁ ଯୋଗ ଦେଇ ନବରଙ୍ଗପୁର, ନନ୍ଦାହାଣ୍ଡି, ପାପଡ଼ାହାଣ୍ଡି, ତେନ୍ତୁଳିଖୁଣ୍ଟି, ଡାବୁଗାଁ ଏବଂ କୋଷାଗୁମୁଡ଼ା ବ୍ଲକ ଜନଜାତି ଜୀବିକା ପରିଷଦ ଦ୍ବାରା ମନୋନୀତ ୧୩୦ ଜଣ ହିତାଧିକାରୀଙ୍କୁ ପମ୍ପସେଟ୍ ବାଣ୍ଟିଥିଲେ। ଏହି ଯୋଜନା ଅଧୀନ ଚଳିତ ବର୍ଷ ଜିଲ୍ଲାରେ ୨୫୦ ପମ୍ପସେଟ ଯୋଗାଇବା ଲକ୍ଷ୍ୟ ରହିଛି। ପମ୍ପସେଟ୍ ମୂଲ୍ୟ ୨୩ ହଜାର ୧୪୫ ଟଙ୍କା।

ଆଇଟିଡିଏ ପକ୍ଷରୁ ପ୍ରତି ପମ୍ପସେଟ ପିଛା ସହାୟତା ରାଶି ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ପିଶନ ୨୦୦୦୦ ଟଙ୍କା ରହିଛି। ସେହି ହିସାବରେ ପ୍ରତି ହିତାଧିକାରୀଙ୍କୁ ମାତ୍ର ୩୧୪୫ ଟଙ୍କା ପୈଠ କରିବାକୁ ପଡ଼ୁଛି। ଆଇଟିଡିଏ ନବରଙ୍ଗପୁର ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଯୋଜନା ଯୋଜନା ମାଧ୍ୟମରେ ଜିଲାର ୧୯୪ ରାଜସ୍ବ ଗ୍ରାମରେ ଆଦିବାସୀମାନଙ୍କ ସାମୂହିକ ବିକାଶ ପାଇଁ ବିଭିନ୍ନ ଜୀବିକା ନିର୍ମାହ ପ୍ରକଳ୍ପମାନ କାର୍ଯ୍ୟକାରୀ କରୁଛି ବୋଲି ସୂଚନା ଦିଆଯାଇଛି।

କାର୍ଯ୍ୟକ୍ରମକୁ ଆଇଟିଡିଏ ପ୍ରକଳ୍ପ ପ୍ରବନ୍ଧକ ଗୋବିନ୍ଦ କୁମାର ପରିଚାଳନା କରିଥିଲେ।

Share This Article