ଅନାସ୍ଥା ପ୍ରସ୍ତାବ ଭୋଟ ପୁର୍ବରୁ କବିସୂର୍ଯ୍ୟ ନଗର ଏନଏସି ଅଧ୍ୟକ୍ଷାଙ୍କ ଇସ୍ତଫା

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କବିସୂର୍ଯ୍ୟ ନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେଡି ଦଳର ନିର୍ବାଚିତ ଅଧ୍ୟକ୍ଷାଙ୍କ ବିରୋଧରେ ଆଜି ପ୍ରସ୍ତାବିତ ଅନାସ୍ଥା ପ୍ରସ୍ତାବ ଭୋଟ ପୁର୍ବରୁ ଅଧ୍ୟକ୍ଷା ନିଜେ ସ୍ଵତଃ ପ୍ରବୃତ୍ତ ଭାବେ ଇସ୍ତଫା ଦେଇ ରାଜନୈତିକ କ୍ଷେତ୍ରରେ ହଇଚଇ ସୃଷ୍ଟି କରିଛନ୍ତି ଓ ଅନାସ୍ଥା ଭୋଟର ପୁର୍ଣ୍ଣଛେଦ ପଡ଼ିଛି।

ପ୍ରକାଶ ଥାଉକି ଗତ ସାଧାରଣ ନିର୍ବାଚନ ରେ ଅଧ୍ୟକ୍ଷା ଙ୍କ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ଦଳ ଭିତରେ ତାଙ୍କ ବିପକ୍ଷରେ ଅସନ୍ତୋଷ ଦେଖାଦେଇଥିଲା। ଯାହା ଫଳରେ ୧୬ ଜଣ ବିଜେଡି ସଦସ୍ୟ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟ ପାଇଁ ଅନୁରୋଧ କରିଥିଲେ ଓ ଆଜି ସେହି କାର୍ଯ୍ୟକ୍ରମ ପୁର୍ବରୁ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି।

Share This Article